ବିୱାଇଏସଟି ଓ ଜେକେ କାଗଜ କଳର ପକ୍ଷରୁ ବ୍ୟବସାୟ ଧାରଣ ପ୍ରତିଯୋଗିତା କାର୍ଯ୍ୟକ୍ରମ

ରାୟଗଡ,୬/୧୨ : ରାୟଗଡର ଜିଲ୍ଳା ସଂସ୍କୃତି ଭବନ ପରିସରରେ ଭାରତୀୟ ଯୁବଶକ୍ତି ଟ୍ରଷ୍ଟ (ବିୱାଇଏସଟି) ଏବଂ ଜେକେ କାଗଜ କଳର ମିିଳିତ ସହଯୋଗରେ ବ୍ୟବସାୟ ଧାରଣ ପ୍ରତିଯୋଗିତା-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଉର୍ଦ୍ଧ ସମ୍ଭାବ୍ୟ ଉଦ୍ୟୋଗୀ ଯୋଗଦାନ କରିଥିଲେ । ଗ୍ରାମାଂଚଳରେ ଯୁବ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ।

ଗୁରୁ ଶିଷ୍ୟ ଅର୍ଥାତ୍ ଉପଦେଷ୍ଟା ଏବଂ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ସୁଦୃଢ ସଂପର୍କ ସ୍ଥାପନ କରି ଉଦ୍ୟୋଗୀ ମାନଙ୍କୁ ଏକ ସଫଳ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିୱାଇଏସଟି ଓ ଜେକେ କାଗଜ କଳ ମିଶି ଯୁବ ଉଦ୍ୟୋଗୀଙ୍କୁ ନିଯୁକ୍ତି ପାଇଁ ସୁଯୋଗ ପ୍ରଦାନ କରୁଥିବାରୁ ଭୂୟସୀ ପ୍ରଶଂସା କରି ଏପରି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଉଦ୍ୟୋଗୀମାନଙ୍କ ଭିତରେ ବ୍ୟବସାୟ ସମ୍ବନ୍ଧୀୟ ଚିନ୍ତାଧାରାରେ ପରିବର୍ତନ ଆଣିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।

ସେହିପରି ରାୟଗଡ ଏସବିଆଇ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ମନୋରଂଜନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜେକେ କାଗଜ କଳର ଉପଦେଷ୍ଠା କପିଲ କଲ,ଷ୍ଟ୍ରାଟେଜିକ କମିଟି ଭାରତୀୟ ଯୁବଶକ୍ତି ଟ୍ରଷ୍ଟ, ରାୟଗଡର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ରଥ ଯୋଗ ଦେଇଥିଲେ । ରାୟଗଡ ଜିଲ୍ଳାର କୋଲନରା,କଲ୍ୟାଣସିଂହପୁର ଓ ରାୟଗଡ ବ୍ଳକରେ ଥିବା ଯୁବ ଉଦ୍ୟୋଗୀମାନେ ନୂତନ ବ୍ୟବସାୟ ସମ୍ବନ୍ଧରେ ମତାମତ ପ୍ରଦାନ କରି ସେହି ବ୍ୟବସାୟକୁ ରୋଜଗାର ପନ୍ଥା ଭାବେ ଗ୍ରହଣ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ପ୍ରଥମ ମତାମତକୁ ୫୦ହଜାର, ଦ୍ୱିତୀୟକୁ ୩୦ହଜାର ଓ ତୃତୀୟକୁ ୨୦ହଜାର ଟଙ୍କାରେ ପୁରସ୍କୃତ କରାଯାଇଥାଏ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.