ୟୋହାନସ୍‌ ବେଲ୍ସ୍‌ ଓ କେଦାର ମିଶ୍ରଙ୍କ ରଚିତ ‘ଭୀମଭୋଇ’ ପୁସ୍ତକ ଉପରେ ଓ୍ବେବିନାର୍ ଅନୁଷ୍ଠିତ

● ଏତଲା ପ୍ରତ୍ୟାହାର ପାଇଁ ନିବେଦନ କଲା ଫକୀରମୋହନ ସାହିତ୍ୟ ପରିଷଦ ଓ ଭାଷାବିକାଶ ଆନ୍ଦୋଳନ

ବାଲେଶ୍ବର,୪/୬(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ୨୦୦୮ ମସିହାରେ ଭୀମଭୋଇଙ୍କ ସମ୍ପର୍କରେ ଏକ ଗବେଷଣା ଗ୍ରନ୍ଥ ୟୋହାନସ୍‌ ବେଲ୍ସ୍‌ ଓ କେଦାର ମିଶ୍ରଙ୍କ ମିଳିତ ଲେଖନୀରୁ ରଚିତ ହୋଇ ପ୍ରକାଶିତ ହୋଇଥିଲା। ଏହି ଗ୍ରନ୍ଥରେ ଭୀମଭୋଇଙ୍କ ଚରିତ୍ର ସଂହାର କରାଯାଇଛିି ବୋଲି ଦୀର୍ଘ ୧୨ବର୍ଷ ପରେ କିଛି ବ୍ୟକ୍ତିଙ୍କର ଅଭିଯୋଗ ସହ କେଦାର ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରାଯିବା ସଙ୍ଗେ ସଙ୍ଗେ ତାଙ୍କ ନାମରେ ପୋଲିସ୍‌ ଥାନାରେ ଏତଲା ପ୍ରଦାନ କରାଯାଉଛି ଓ ତାଙ୍କର କୁଶପୁତ୍ତଳିକା ଦାହ କରାଯାଉଛି। କେଦାର ମିଶ୍ରଙ୍କର ରଚନାର ସତ୍ୟତା ସମ୍ପର୍କରେ ଅନୁଧ୍ୟାନ କରି ଓଡ଼ିଶାର ଜଣେ ବହୁଚର୍ଚ୍ଚିତ ପ୍ରତିଭାବାନ୍ କବିଙ୍କର ଚରିତ୍ରକୁ କାହିଁକି ସେ ସଂହାର କଲେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ‘ଓଡ଼ିଆ ଭାଷାବିକାଶ ଆନ୍ଦୋଳନ’ ତରଫରୁ ଏକ ‘ଓ୍ବେବିନାର୍’ (ଇଂଟରନେଟ୍ ଦ୍ବାରା ପରିଚାଳିତ ଆଲୋଚନା) ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିବା ବେଳେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଉକ୍ତ ଇଂରାଜୀ ଗ୍ରନ୍ଥ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଭୀମଭୋଇଙ୍କୁ ଉତ୍ତମ ଚରିତ୍ରସମ୍ପନ୍ନ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ବ୍ୟକ୍ତି ଭାବରେ ଅଭିହିତ କରିଥିଲେ। ୟୋହାନସ୍‌ ବେଲ୍ସ୍‌ ଓ କେଦାର ମିଶ୍ରଙ୍କ ରଚିତ ଏହି ପୁସ୍ତକରେ ଯେଉଁମାନେ ଭୀମଭୋଇଙ୍କୁ ଲେଡିକିଲର୍ ବୋଲି କହି ଗାଲୁଗଳ୍ପ ମାରୁଛନ୍ତି ସେମାନଙ୍କୁ ନିନ୍ଦା କରାଯାଇଛି। ଶ୍ରୀ ମିଶ୍ର ତାଙ୍କର ଅନ୍ୟ ଏକ ରଚନାରେ ଭୀମଭୋଇଙ୍କୁ ସେ ଗଭୀର ଭାବରେ ଭଲପାଆନ୍ତି ଓ ଭକ୍ତି କରନ୍ତି ବୋଲି ସୂଚନା ମଧ୍ୟ ଦେଇଛନ୍ତି। ଉକ୍ତ ଗ୍ରନ୍ଥରେ ୧୮୮୧ ମସିହାରେ ‘ଉତ୍କଳ ଦୀପିକା’ରେ ରଚିତ ଭୀମଭୋଇଙ୍କ ଜୀବନୀକୁ ନେଇ ଅରୁଚିକର ସମ୍ବାଦକୁ ମଧ୍ୟ ଖଣ୍ତନ କରାଯାଇଛି। ଶହ ଶହ ପୃଷ୍ଠାର ଗବେଷଣାତ୍ମକ ତଥ୍ୟ ପ୍ରଦାନ କରି ଗ୍ରନ୍ଥ ପ୍ରକାଶ କରିବା ସହ ପାଠକମାନଙ୍କ ନିକଟରେ ଭୀମଭୋଇଙ୍କ ସମ୍ପର୍କିତ ତଥ୍ୟ ପହଂଚାଇବାର ଉଦ୍ୟମ ଶ୍ରୀ ମିଶ୍ର କରି ଆସୁଛନ୍ତି। ସେଥିପାଇଁ ସେ ଧନ୍ୟବାଦର ପାତ୍ର। ଭୀମଭୋଇଙ୍କ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ରଚନା କରି ସେ ଯେଉଁ ସମ୍ମାନ ପାଇବା କଥା ତାହା ନପାଇ ପ୍ରତିବଦଳରେ ତିରସ୍କାର ପାଇବା ଅତ୍ୟନ୍ତ ଦୁଃଖର କଥା ବୋଲି ‘ଓଡ଼ିଆ ଭାଷାବିକାଶ ଆନ୍ଦୋଳନ’ ଓ ‘ଫକୀରମୋହନ ସାହିତ୍ୟ ପରିଷଦ’ ପ୍ରକାଶ କରିବା ସହ ଗ୍ରନ୍ଥଟିକୁ ସଠିକ ଭାବେ ଅଧ୍ୟୟନ କରି ଲେଖକମାନଙ୍କର ଚିନ୍ତାଧାରାକୁ ବୁଝିବା ପାଇଁ ଅନୁରୋଧ କରିଛନ୍ତି। ଏହାଛଡ଼ା ପୁସ୍ତକର ଲେଖକଙ୍କ ବିରୋଧରେ ଦିଆଯାଇଥିବା ଏତଲାକୁ ପ୍ରତ୍ୟାହୃତ କରି କୁଶପୁତ୍ତଳିକା ଦାହକାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଏହି ଦୁଇ ସଂଗଠନ ମଧ୍ୟ ନିବେଦନ କରିଛି।

Udyog Nursery
Udyogi Nursery

ଆଲୋଚନାର ପ୍ରାରମ୍ଭରେ ପରଲୋକଗତ ବରିଷ୍ଠ ସାରସ୍ବତ ସାଧକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କର ଆତ୍ମାର ସଦ୍‌ଗତି ପାଇଁ ଈଶ୍ବରଙ୍କ ଠାରେ ପାର୍ଥନା କରାଯାଇଥିଲା। ଏହି ‘ଓ୍ବେବିନାର୍’ରେ ଭାଷାବିକାଶ ଆନ୍ଦୋଳନର ସଂପାଦକ ଗାଳ୍ପିକ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଯୁଗ୍ମ ସଂପାଦକ ଦୀପକ ବୋଷ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ ଜଣାଇଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.