ନୂଆପଡା,୪/୬: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଆହୁରି ୫ ବଢ଼ି ବର୍ତମାନ ୬୦କୁ ପହଞ୍ଚିଲା । ନୂତନ ସମସ୍ତ ଆକ୍ରାନ୍ତ ପୁରୁଷ ବର୍ଗ ର ଅଟନ୍ତି ଓ ଖରିଆର ବ୍ଲକ ଭୁଲିଆସିକୁଆଁ ଟିଏମସି ରେ ରାହୁ ଥିଲେ । ସେମାନେ ଗତ ୧୫ ତାରିଖ ରେ ଏକ ଟ୍ରକ ଯୋଗେ ମହାରାଷ୍ଟ୍ରରୁ ଆସି ଓଡିଶା ସୀମାନ୍ତ ଖରିଆର ରୋଡରେ ଓଲ୍ଲାଇ ଥିଲେ ତା ପରେ ସେଠାରୁ ଜିଲ୍ଲ ପ୍ରଶାଶନର ସହାୟତାରେ ସେମାନଙ୍କୁ ଖରିଆର ବ୍ଲକ ଭୁଲିଆସିକୁଆଁ ଟିଏମସି କୁ ପଠାଯାଇଥିଲା । ଗତ ୨୪ ତାରିଖରେ ସମସ୍ତଙ୍କ ସ୍ୱାବ କଲେକ୍ସନ କରି ଟେଷ୍ଟ ପାଇଁ ପଠା ଯାଇଥିଲା ଓ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଆକ୍ରାନ୍ତ ନୂଆ ୫ ଜଣଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାଉଲକେଲା ସ୍ଥିତ କୋଭିଡ କେୟାରକୁ ପଠାଇ ଦିଆ ଯାଇଥିବାର ସିଡିଏମଓ ଡ଼ା. କାଳୀ ପ୍ରସାଦ ବେହେରା ସୂଚନା ଦେଇଛନ୍ତି ।