କୋକସରା/ଗୋଲାମୁଣ୍ଡା,୨୬/୬: ଗୋଲାମୁଣ୍ଡା ଥାନା ଦଶପୂର ଫାଣ୍ଡି ପଣ୍ଡକୁଲ ଗ୍ରାମରେ ଥିବା ଅନାଥ ଆଶ୍ରମର ଜଣେ ଛାତ୍ରୀ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ନାବାଳିକା ଜଣକ ଧର୍ମଗଡ଼ ଥାନା ଥନଟ ଗ୍ରାମର ଭୂମି ତାଣ୍ଡି (୧୩) ବୋଲି ଜଣାପଡିଛି । ସେ ଗତ ୨୦୧୬ ମସିହାରୁ ପଣ୍ଡକୁଲ ସ୍ଥିତ ଅନାଥ ଆଶ୍ରମରେ ରହି ଆସୁଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସେ ବାଥରୁମକୁ ଯାଇ ନ ଫେରିବାରୁ ତାଙ୍କ ସହିତ ଥିବା ଅନ୍ତେବାସୀ ମାନେ ବାଥରୁମ୍ କବାଟକୁ ବାଡେଇବା ପରେ ସେ ଖୋଲି ନଥିଲେ । ଅନ୍ତେବାସୀମାନେ ଆଶ୍ରମର ରୋଷେୟାଙ୍କୁ କହିବା ପରେ ବାଥରୁମ କବାଟ ଭାଙ୍ଗି ଦେଖିଥିଲେ, ତେବେ ସେଠାରେ ସେ ବେକରେ ଓଢଣି ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଦଶପୁର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଧର୍ମଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।