ସଇଁତଲା,୨୬/୬: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ରେଙ୍ଗାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଏହି ଗାଁର ନବୀନ ସାହୁ(୨୬) । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୬ଟାରେ ସେ ସ୍ଥାନୀୟ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ହେଲେ ପୋଖରୀରେ ବୁଡି ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖୋଜା ଖୋଜି କରିଥିଲେ । କିନ୍ତୁ ପାଇ ନଥିଲେ । ଶେଷରେ ପୋଖରୀରେ ସେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତ ନବୀନଙ୍କ କାକା ପ୍ରକାଶ ସାହୁ ଆମ୍ବୁଲାନ୍ସ ତଥା ବଡ଼ମାଲ ପୋଲିସକୁ ସୂଚନା ଦେଇଥିଲେ ।
ଖବର ପାଇ ବଡ଼ମାଲ ଫାଣ୍ଡି ଅଧିକାରୀ କୁନୁ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ବଡ଼ମାଲ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁକରି ଶବବ୍ୟବିଛେଦ କରିବାପାଇଁ ଟିଟିଲାଗଡକୁ ପଠାଇ ଦେଇଛନ୍ତି । ନବୀନ ସାହୁ ଘରର ଏକ ମାତ୍ର ରୋଜଗାରିଆ ହୋଇ ଥିବା ବେଳେ ତାଙ୍କ ଉପରେ ମା, ବାପା ଓ ତାଙ୍କ ସାନ ଭଉଣୀ ନିର୍ଭର କରୁଥିଲେ । ତେଣୁ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି ହେଉଛି । ଏହି ଅଘଟଣ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସଇଁତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta