କରୋନା ହାଲଚାଲ୍‌ : ୧୦୮ଜଣ କରୋନା ଯୋଦ୍ଧା ଆକ୍ରାନ୍ତ

୬୯୩ ପଜିଟିଭ୍ ଓ ୭ ମୃତ୍ୟୁ ସଂଖ୍ୟାରେ ରାୟଗଡ ଜିଲ୍ଳା

ସହରାଂଚଳରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସତର୍କରୁହ -ଜିଲ୍ଳାପାଳ

ରାୟଗଡ,୩୦/୭ : ରାୟଗଡ ଜିଲ୍ଳାର ସହରାଂଚଳରେ ବୃଦ୍ଧି ପାଉଛି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା । ଗତ ଜୁଲାଇ ୨୦ ତାରିଖରେ ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ୧୭୫ ରହିଥିବା ବେଳେ ମାତ୍ର ୧୦ଦିନରେ ଅର୍ଥାତ୍ ଜୁଲାଇ ୩୦ତାରିଖ ମଧ୍ୟରେ ଦୈନିକ ୫୦ଜଣ ଆକ୍ରାନ୍ତ ହାରରେ ୫୧୮ଜଣ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇ ବର୍ତମାନ ଜିଲ୍ଳାରେ ୬୯୩ ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁରୁବାର ଦିନ ରାୟଗଡ ଜିଲ୍ଳାରେ ୪୫ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୩୫ଜଣ ପୁରୁଷ ଓ ୧୦ଜଣ ମହିଳା ରହିଛନ୍ତି । ଏହି ୪୫ଜଣଙ୍କ ମଧ୍ୟରୁ ଗୁଣପୁର ସହରାଂଚଳରେ ୧୭ଜଣ ଓ ଗ୍ରାମାଂଚଳରୁ ୨ଜଣ ରହିଥିବା ବେଳେ ରାୟଗଡ ସହରାଂଚଳରେ ୨୨ ସହ ଗ୍ରାମାଂଚଳରୁ ୪ଜଣ କରୋନା ଆକ୍ରାନ୍ତ ଅଛନ୍ତି ଏବଂ ଏଥିରେ ୧୬ଜଣ କରୋନା ଯୋଦ୍ଧା ରହିଛନ୍ତି । ବର୍ତମାନ ଜିଲ୍ଳାରେ ୧୦୮ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରାୟଗଡ ସହରାଚଂଳରେ ୧୨୩ ଜଣ ଓ ଗୁଣପୁରରେ ୮୫ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ୩୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କରୋନା ସଂକ୍ରମିତ ୫୪ଜଣ ହୋମ କ୍ୱାରେନଟାଇନରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଜିଲ୍ଳାରେ କଂଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବାରୁ ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଏବଂ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ କରି ଚଳିବା ଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷା ଦେଇପାରିବେ ତତ୍‌ସହିତ ଅଗଷ୍ଟ ମାସରେ ମଧ୍ୟ ନିମୟକୁ କଡାକଡି ଭାବେ ପାଳନ କରନ୍ତୁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.