ଏସବିଆଇ ବ୍ୟାଙ୍କରେ ଗ୍ରାହକ ଠକେଇର ଶିକାର ଅଭିଯୋଗ

● ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନେଲା ଅଜଣା ବ୍ୟକ୍ତି

● ଏସ.ପି.ଙ୍କ ଦ୍ୱାରସ୍ଥ ହେଲେ ଠକାମିର ଶିକାର ପରିବାର

ରାୟଗଡ,୩୦/୭: ନିଜ କଷ୍ଟ ଅର୍ଜିତ ରୋଜଗାର ଟଙ୍କାକୁ ସୁରକ୍ଷିତ ଭାବେ ବ୍ୟାଙ୍କରେ ରଖିଥିଲେ ଜଣେ ଗରିବ ପରିବାର । କେହି ଜଣେ ଅଜଣା ବ୍ୟକ୍ତି ଉକ୍ତ ଟଙ୍କାକୁ ଉଠାଣ କରି ନେଇଥିବା ଜାଣିବାକୁ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ତେବେ ବ୍ୟାଙ୍କ କର୍ତୁପକ୍ଷ ପକ୍ଷରୁ କୈାଣସି ସହାୟତା ମିଳିଲା ନା ପୋଲିସ ତରଫରୁ କୈାଣସି ସହଯୋଗ ମିଳିଲା ଫଳରେ ନ୍ୟାୟ ତଥା ନିଜ ଟଙ୍କା ଫେରି ପାଇବ ପାଇଁ ଜିଲ୍ଳା ଏସ.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗରିବ ପରିବାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ମୁନିଗୁଡାରେ । ମିଳିଥିବା ସୂଚନା ପ୍ରକାରେ ମୁନିଗୁଡା ସହରର ଧୋବା ସାହିରେ ରହୁଥିବା ଅଭିମନ୍ୟୁ ମହାନନ୍ଦିଆଙ୍କ ସ୍ତ୍ରୀ ଶ୍ରୀମତି ବାସନ୍ତି ମହାନନ୍ଦିଆ ନାମରେ ମୁନିଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏକ ଜମାଖାତା ରହିଛି । ଯାହାର ଏକାଉଂଟ ନମ୍ବର ହେଲା ୩୩୫୯୨୮୬୭୮୫୮ । ଅଭିମନ୍ୟୁ ମୁନିଗୁଡା ସହରରେ ୱେଲଡିଂ ଶ୍ରମିକ ଭାବେ କାମ କରି ନିଜ ରୋଜଗାରରେ ସ୍ତ୍ରୀ ସହ ୨ପୁଅର ଭରଣପୋଷଣ କରୁଛନ୍ତି । ତାଙ୍କ ସ୍ତ୍ରୀ ବାସନ୍ତିଙ୍କ ଏକାଉଂଟରେ ଗତ ଜୁଲାଇ ୪ତାରିଖ ସୁଦ୍ଧା ୧ଲକ୍ଷ ୬ହଜାର ୭୩୨ଟଙ୍କା ଜମା ରହିଥିଲା । ତେବେ ଗତ ୨୪ତାରିଖରେ ଘର କାର୍ଯ୍ୟ ପାଇଁ ଟଙ୍କା ଆବଶ୍ୟକ ହେବାରୁ ଅଭିମନ୍ୟୁ ଏଟିଏମରୁ ଟଙ୍କା ଉଠାଣ ପାଇଁ ଯାଇଥିଲେ ତେବେ ତାଙ୍କ ଏକାଉଂଟରୁ ଟଙ୍କା ନ ବାହାରିବାରୁ ସେ ମୁନିଗୁଡା ଏସବିଆଇ ବ୍ୟାଙ୍କ କର୍ତୁପକ୍ଷଙ୍କୁ ଅବଗତ କରିଥିଲେ । ବ୍ୟାଙ୍କ କର୍ତୁପକ୍ଷ ଏ ନେଇ ତାଙ୍କ ଟଙ୍କା ଦେଣନେଣ ବିବରଣୀ ପ୍ରଦାନ କରିଥିଲେ । ସେଥିରେ ଲଗାତାର ଭାବେ ଟଙ୍କା ଉଠାଣ ହୋଇଥିବା ନେଇ ବ୍ୟାଙ୍କ କର୍ତୁପକ୍ଷ ଜଣାଇଥିଲେ । ତେବେ ଉକ୍ତ ଟଙ୍କା ଅଭିମନ୍ୟୁ କି ତାଙ୍କ ପରିବାରର କେହି ସଦସ୍ୟ ଉଠାଇ ନ ଥିବା ଅଭିମନ୍ୟୁ କହିବା ପରେ ଦେଣନେଣ ବିବରଣ ନେଇ ଥାନାରେ ରିପୋର୍ଟ ଲେଖାଇବା ପାଇଁ ବ୍ୟାଙ୍କ କର୍ତୁପକ୍ଷ ପରାମର୍ଶ ଦେଇଥିଲେ ବୋଲି ଅଭିମନ୍ୟୁ ମହାନନ୍ଦିଆ ପ୍ରକାଶ କରିଛନ୍ତି । ପରେ ସେ ମୁନିଗୁଡା ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଥାନାରେ ଅଭିଯୋଗ ଓ ବ୍ୟାଙ୍କରେ ଜଣାଇବା ପରେ ମଧ୍ୟ ଏ ଦିଗରେ ପୋଲିସ ଓ ବ୍ୟାଙ୍କ କର୍ତୁପକ୍ଷ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଗୁରୁବାର ଦିନ ଅଭିମନ୍ୟୁ ଓ ତାଙ୍କ ସ୍ତ୍ରୀ ବାସନ୍ତି ଜିଲ୍ଳା ପୋଲିସ କାର୍ଯ୍ୟାଳୟ, ରାୟଗଡରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ ପତ୍ର ଦେବା ପାଇଁ ଆସିଥିଲେ । କିନ୍ତୁ ମହାମାରୀ କରୋନା କଟକଣା ନିୟମ ଥିବାରୁ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଅଭିଯୋଗ ପତ୍ର ପ୍ରଦାନ କରି ଫେରି ଆସିଥିବା ବେଳେ ଜିଲ୍ଳା ଏସ.ପି.ଏ ଦିଗରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରହିଛି ବୋଲି ଅଭିମନ୍ୟୁ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.