ଏହି କାରଣ ଯୋଗୁଁ ଫିକା ପଡିଲା ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ପ୍ରସିଦ୍ଧ ଭୈରଵଦେବ ପୀଠରେ ଝାମୁଯାତ୍ରା ସୋମବାର ପାଳିତ ହୋଇ ଯାଇଛି । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନଥିଲା।ପ୍ରଥା ଅନୁଯାୟୀ ଭୈରଵ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରି ସ୍ଥାନୀୟ ରାଜ ଉଆସକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରଵଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଇଥିଲା।ସ୍ଥାନୀୟ ବଂଶୀଧାରା ନଦୀକୁ ପୂଜକ ମାନେ ଯାଇ ନଅଟି ଚାଙ୍ଗୁଡ଼ିରେ ବାଲି ଭର୍ତ୍ତି କରି ଆଣିବା ସହିତ ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ସାତଦିନ ଧରି ପୂଜାର୍ଚ୍ଚନା ଜାରି ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ଅଷ୍ଟପଞ୍ଚମୀ ତିଥିରେ ତିନି ଭୈରଵଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମି)କୁ ତିନି ଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ ଜଣାଇଥିଲେ।ଏହି ସମୟରେ ୪ଟି କଟା କଦଳୀ ଗଛକୁ ଧଳା କପଡା ଘୋଡ଼ାଇ ପ୍ରସ୍ତୁତ କରାଯାଇଥିଲା ଗାଉରିଘର।ଯେଉଁଠି ପାରା ବଳି ଦେବା ପରେ ଝାମୁଯାତ୍ରା ଆରମ୍ଭ ହୋଇଥିଲା। ଏହା ପରେ ବାଲି ଭୈରଵ ଓ ଅଗ୍ନୀ ଭୈରଵଙ୍କ କାଳେସୀ ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କ ଶକ୍ତିର ପରିଚୟ ଦେଇ ଥିଲେ। ସେହିପରି ଝାମେରା କଣ୍ଟାରେ ତିଆରି ଦଳିରେ ଭୈରବଙ୍କ କାଳେସି ବସିଥିଲେ। ଏହା ପୂର୍ବରୁ କାଳେସି ଝାମୁଯାତ୍ରା ପୂର୍ବଦିନ ଏକ କଞ୍ଚା ମାଠିଆରେ ବସି ଲୋକଙ୍କୁ ଦର୍ଶନ ଦେଇଥିଲେ।  ଯାତ୍ରା ସରିବା ପରେ ଏଠାରେ ଯୋଗ ଦେଇଥିବା ତଥା ମାନସିକ କରିଥିବା ଲୋକଙ୍କ ଦ୍ୱାରା କୁକୁଡ଼ା, ପାରା ଓ ଛେଳି ବଳି ଦିଆଯାଉଥିଲା। ଚଳିତ ବର୍ଷ କୋଭିତ୍-୧୯ ଯୋଗୁଁ ବାହାର ରାଜ୍ୟ ତଥା ଅନ୍ୟ ଜିଲ୍ଲାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନଥିଲା।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.