ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅନନ୍ୟ ସେବାକାର୍ଯ୍ୟ ସମାପିତ

କଟକ: କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି କଟକ ସଦର ବ୍ଲକ କନ୍ଦରପୁର ଗ୍ରାମପଂଚାୟତର ଵଂବୁରୀ ଗ୍ରାମରେ ପରିଷଦ ପକ୍ଷରୁ ବୃକ୍ଷରୋପଣ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ, କରୋନା ଯୋଦ୍ଧା ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ବର୍ଦ୍ଧନା ଏବଂ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନନ୍ୟ ସେବା କାର୍ଯ୍ୟକ୍ରମରେ କର୍ମକର୍ତ୍ତା ନିରଂଜନ ରାଉଳ,ପ୍ରତାପ ପୃଷ୍ଟି, ଓମପ୍ରକାଶ ପରିଡା, ସନ୍ତୋଷ ଭୋଇ, ଚକ୍ରବର୍ତ୍ତୀ ଓତ୍ତା,ବାବୁଲି ପାତ୍ର, ଅଲେଖ ଚନ୍ଦ୍ର ରାଉତରାୟ, ନୃସିଂଘ ଚରଣ ସାହୁ, ରବୀନ୍ଦ୍ର ପାତ୍ର, ବିଶ୍ୱଜିତ ନାୟକ,ରାମଚନ୍ଦ୍ର ବେହେରା, ପୀୟୂଷ ରଂଜନ ପରିଡ଼ା, ସିଦ୍ଧାନ୍ତ ଭୋଇ, ସିଦ୍ଧେଶ୍ୱର ସାହୁ, ବିଶ୍ୱରଂଜନ ସେଠୀ, ଦେବୀ ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.