କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ ସଂଶୋଧିତ, ଜାଣନ୍ତୁ ମିଳିବ କେଉଁ ସବୁ ଲାଭ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ-୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ମିଳିବ। ଏହା ସହ ତାଙ୍କ ପିଲାଙ୍କୁ ମାଟ୍ରିକ୍ ପଢ଼ିବା ଯାଏଁ ମାସକୁ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସକୁ ୨୫୦୦ ଟଙ୍କା ଲେଖାଏ ମିଳିବ। ସ୍ବାସ୍ଥ୍ୟ ବୀମା ବାଦ୍ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର କୌଣସି ସଦସ୍ୟ ହାର୍ଟ, କିଡ୍‌ନି, କ୍ୟ‌ାନ୍ସର୍‌ ପରି ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଦେବେ। ଯଦି ଚିକିତ୍ସା ଖର୍ଚ୍ଚ ସ୍ବାସ୍ଥ୍ୟ ବୀମାର ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ଡିଏମ୍‌ଇଟିଙ୍କ ମଞ୍ଜୁରି ନେଇ ଅଧିକ ଅର୍ଥ ପ୍ରଦାନ କରାଯିବ। ୩% ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବ। ୩ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଏବଂ ୩ ପ୍ରତିଶତ ସୁଧରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଋଣ ମିଳିବ। ଦୁର୍ଘଟଣା, ରୋଗରେ ପଡ଼ି ଅକର୍ମଣ୍ୟ ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଆଇଆଇଏମ୍‌ସିରେ ତାଲିମ୍‌ ପାଇଁ ପ୍ରତି ସାମ୍ବାଦିକ ପିଛା ୧୦ ହଜାର ଟଙ୍କା ଲେଖାଏ ସରକାର ଯୋଗାଇ ଦେବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.