ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ସହିତ ମେଘୁଆ ପାଗ ଦେଖାଦେଇଛି। ଦୁଇ ଦିନ ହେଲା ଶୀତର ମାତ୍ରା ବଢ଼ିବାରେ ଲାଗିଛି। ଆଗକୁ ପୁଣି ଏକ ଲଘୁଚାପ ଆସୁଛି। ନଭେମ୍ବର ୨୯ରେ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇପାରେ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟାରେ ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ । ୯ଟି ସହରର ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପାମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୮ ତାରିଖରୁ ଶୀତ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।