ଘର ପୋଡି ଦୁର୍ଗତଙ୍କୁ ସହଯୋଗର ହାତ ବଢାଇଲା ଛାତ୍ର ବିଜେଡି

କଳାହାଣ୍ଡି: କଥାରେ ‘ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ’। ଏପରି ଏକ ବିପତ୍ତିର ସାମ୍ନା କରିଛନ୍ତି କର୍ଲାମୁଣ୍ଡା ବ୍ଲକ ଖଲିଆପାଲି ଗାଁର ଦାମା ମହାନନ୍ଦ। ସେ ଅତି ଗରିବ। ଅନ୍ୟପଟେ ତାଙ୍କର ଦୁଇଟି ମାନସିକ ବିକୃତ ସନ୍ତାନ ଅଛନ୍ତି। ଘର ପୋଡିଯିବା ଫଳରେ ଦାମା ନିସ୍ବ ହୋଇଯାଇଛନ୍ତି।

Omkar Vasthu
Omkar Vasthu


ଗତ ବୁଧବାର ଦିନ ଦାମା ରହୁଥିବା ଘର ପୋଡିଯାଇଥିଲା। ଘଟଣା ସମ୍ପର୍କରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ ଜାଣିବା ପରେ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କୁ ଅବଗତ କରିଥିଲେ। ଶ୍ରୀ ଠାକୁର କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦଙ୍କ ସହ ଫୋନ ଯୋଗେ କଥାହୋଇ ତୁରନ୍ତ ଏ ବିଷୟରେ ଅବଗତ କରାଇବା ସହ କିଭଳି ଭାବରେ ଦାମାଙ୍କୁ ଘର ପୋଡ଼ି କ୍ଷତିପୂରଣ ମିଳିବ ଏବଂ ଥଇଥାନ ହୋଇପାରିବ ସେନେଇ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ଘରପୋଡିର କ୍ଷତି ପୂରଣ ପାଇଁ ସ୍ଥାନୀୟ ତହସିଲଦାର ସରକାରଙ୍କୁ ରିପୋର୍ଟ ପ୍ରେରିତ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ରିପୋର୍ଟ ପଠାଯାଇଛି। ଅତିରିକ୍ତ ତହସିଲଦାର ନିଜେ ଯାଇ ପରିବାରକୁ ତାରପଲିନ ଯୋଗାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଶୁକ୍ରବାର ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶ ତଥା ଓ ରାଜ୍ୟ ଛାଏ ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ମାର୍ଗଦର୍ଶନ କ୍ରମେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ସାହୁ, ବୋରପଦର ପଞ୍ଚାୟତ ଯୁବ ନେତା ସୁଶାନ୍ତ ସାହୁ, ଅନିରୁଦ୍ଧ ସାହୁ ପ୍ରମୁଖ ଦାମାଙ୍କ ଘରକୁ ଯାଇ କିଛି ଦିନର ରାସନ୍ ସାମଗ୍ରୀ ଯୋଗାଇଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.