ନର୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ର ଶେଖର ଚାନ୍ଦ ସଭାପତି, ଗୌର ହରିଜନ ସଂପାଦକ

ସଭାପତି, ସଂପାଦକ ଓ ଅନ୍ଯାନ୍ୟ କର୍ମକର୍ତ୍ତା ନିର୍ଦ୍ବନ୍ଦରେ ନିର୍ବାଚିତ

କଳାହାଣ୍ଡି,(ନିରଞ୍ଜନ ଗଉଡ): ୧୨ ଡିସେମ୍ବର ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ସେହି କ୍ରମରେ ନର୍ଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଯାଇଛି। ଏଥିରେ ସଭାପତି, ସଂପାଦକ ଓ ଅନ୍ଯାନ୍ୟ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖାଦେଇଛି।

(Chandra Sekher Chand)

ସଭାପତି ପଦ ପାଇଁ ଚନ୍ଦ୍ର ଶେଖର ଚାନ୍ଦ, ସଂପାଦକ ପଦ ପାଇଁ ଗୌର ହରିଜନ, ଉପ-ସଭାପତି ପଦ ପାଇଁ କୁବେର ଚନ୍ଦ୍ର ସାହୁ, ସହ ସଂପାଦକ ପଦ ପାଇଁ ବିଭୂତି ଭୂଷଣ ବହିଦାର, କୋଷାଧ୍ୟକ୍ଷ ପଦ ପାଇଁ କ୍ଷିତିସ୍ କୁମାର ମହାପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ଏହି ପାଞ୍ଚ ପ୍ରାର୍ଥୀ ପତ୍ର କାୟମ୍ ରହିବା ସହିତ ସେମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

(Purnachandra Majhi)

ଶନିବାର ସମସ୍ତ ଓକିଲଙ୍କ ଉପସ୍ଥିତିରେ ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମାଝୀ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ନର୍ଲା ବାର୍ ଆସୋସିଏସନ୍ ର ଏକ୍ଜିକ୍ଯୁଟିଭ ସଦସ୍ୟ ଭାବେ ବିଶ୍ବ ରଞ୍ଜନ ଭୋଇ, ଯୁବରାଜ ହରିଜନ, ପ୍ରଦୀପ୍ତ କୁମାର ମିଶ୍ର, ଡୁଲେଶ୍ବର ସାହୁ, ସଞ୍ଜୟ ଧଙ୍ଗଡାମାଝୀ ପ୍ରମୁଖ ମନୋନୀତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.