Breaking: ଭାରସାମ୍ୟ ହରେଇ ଓଲଟିଲା ବସ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ଠାରେ ଶ୍ରମିକ ବୋଝଇ ବସ ଆଜି ସନ୍ଧ୍ୟା ସମୟରେ ଭାରସାମ୍ୟ ହରେଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ବସଟି ଛତିଶଗଡ ଦେଭୋଗରୁ ହାଇଦ୍ରାବାଦର ଭଦ୍ରାଞ୍ଚଳମ ଅଭିମୁଖେ ଯାଉଥିଲା। ବସରେ ଥିବା ୨୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠେଇ ଥିବା ସୂଚନା ମିଳିଛି।

କୋକସରା ରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.