ଇମ୍ଫା ତରଫରୁ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ

ରାୟଗଡ: ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ରାୟଗଡ଼ା ଓ ଆଖପାଖ ଅଂଚଳର ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରାଯାଇଅଛି। ରାୟଗଡ଼ା ସହରର ଜୈନିକ ଡିବ୍ୟାଙ୍ଗ ରିକ୍ସା ଚାଳକ ଶ୍ରୀ ଏସ୍ ସତ୍ୟମ୍ ଙ୍କୁ ଇମ୍ଫା ତରଫରୁ ଏକଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଇମ୍ଫାର ଉପ ସଭାପତି ଶ୍ରୀ କେ ଭି ରାଓଙ୍କ ତତ୍ତ୍ଵାବଧନରେ ଏକ ଦୋକାନ ଗୃହ, ଏକ ଫ୍ରିଜ୍, ଦୋକାନ ପାଇଁ ବିଭିନ୍ନ ସରଞ୍ଜାମ ଓ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି। ଆଜି ରାୟଗଡାର ଉପ ଜିଲ୍ଲପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ହୋଇଥିବା ଦୋକାନଟିକୁ ଶ୍ରୀ ସତ୍ୟମ୍ ଙ୍କୁ ହସ୍ତାନ୍ତର କରିଥିଲେ।

Omkar Vasthu
Omkar Vasthu


ଏହା ସହିତ ଇମ୍ଫା ର ସାମାଜିକ ଦାୟିତ୍ଵ ବୋଧ ସଂସ୍ଥା ତରଫରୁ ରାୟଗଡାରେ ବାସ କରୁଥିବା ଦୀବ୍ୟାଙ୍ଗ ଶ୍ରୀ ମେଘନାଦ ଶଗଡ଼ିଆ ଓ ଭାତପୁର ନିବାସୀ ଶ୍ରୀ ରାକେଶ ହିମିରିକା ଙ୍କୁ ମଧ୍ୟ ଉପ ଜିଲ୍ଲପାଳଙ୍କ ଦ୍ଵାରା ଟ.୧୦,୦୦୦/- ଙ୍କା ଲେଖାଏ ସହାୟତା ଜୀବନ ଜୀବିକା ପାଇଁ ପ୍ରଦାନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦ୍ଦିପତି କହଁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ନାୟକ, ଶ୍ରୀ ଅମରେନ୍ଦ୍ର ନାଥ ସମ୍ପାଦକ, ଇମ୍ଫା ପ୍ରଶାସନ ଓ ମାନବ ସମ୍ବଳ ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ କଲଲ କୁମାର ନାୟକ ଓ ଇମ୍ଫା ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna


ପ୍ରତେକ ବର୍ଷ ଇମ୍ଫା ତରଫରୁ ଦିବ୍ୟାଙ୍ଗ ମାନଙ୍କୁ ଏହିପରି ସହାୟତା କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଙ୍କ ତରଫରୁ ଇମ୍ଫା କୁ ସାଧୁବାଦ୍ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଇମ୍ଫା ର ଉପ ସଭାପତି ଶ୍ରୀ କେ ଭି ରାଓ ଏହିପରି ସହାୟତା କରି ଦିବ୍ୟାଙ୍ଗା ମାନଙ୍କର ଜୀବନ ଜୀବିକା ସୁଧାରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.