ପାଗଳା କୁକୁର କାମୁଡାରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ନିବେଦନ

ଲାଞ୍ଜିଗଡ: ଲାଞ୍ଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋଇପଟା ଗ୍ରାମର ନକୁଳ ମାଝୀ(୪୫) ପାଗଳା କୁକୁର କାମୁଡ଼ାରେ ମୃତ୍ୟୁ ମୁଖରେ ପଡିଛନ୍ତି। ୨ ମାସ ତଳେ ସେ ନିଜ ଘରେ ଶୋଇଥିବା ସମୟରେ ଏକ ପାଗଳା କୁକୁର କାମୁଡ଼ି ଥିଲା। ଏହାପରେ ସରକାରଙ୍କ ତରଫରୁ ମିଳିଥିବା କୁକୁର କାମୁଡ଼ା ଇଂଜେକସନ ଦୁଇ ଗୋଟି ନେବା ପରେ ଅନ୍ୟ ଇଂଜେକସନକୁ ନିୟମିତ କରିନଥିଲେ। ବୁଧବାର ରାତିରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ନକୁଳଙ୍କ ସ୍ତ୍ରୀ ସୁବର୍ଣା ମାଝୀ ଗ୍ରାମବାସୀଙ୍କୁ ଜଣାଇବା ପରେ ଗୁରୁବାର ସକାଳେ ୮ ଘଣ୍ଟା ସମୟରେ ତାଙ୍କୁ ଲାଞ୍ଜିଗଡ଼ ସରକାରୀ ମେଡ଼ିକାଲ ଭର୍ତ୍ତି କରିବା ପାଇଁ ନିଆଯାଇଥିଲା ତେବେ ଗୁରୁତର ଯୋଗୁଁ ୧୦୮ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ନକୁଳଙ୍କ ଚିକିତ୍ସା କଲା ପରେ ଘରକୁ ନେଇଯିବା ପାଇଁ କହିଥିଲେ। ଗାଁକୁ ଆଣିବା ପରେ ଗୁରୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନକୁଳଙ୍କ ମୃତ୍ୟୁ ଘଟିଥିଲା। ନକୁଳ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ତଥା ଘରର ଏକମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ/ବେସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.