ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ

ଲାଞ୍ଜିଗଡ,(ଦୁଃଖିଶ୍ୟାମ ନାଗ): ବିଶ୍ବନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା ଯୋଗ ଦେଇଥିବାବେଳେ ବିପିଏମ୍ ସୁରଜିତ ସିଂହ କୁମାର, ବାଡା ଭବାନୀଶଙ୍କର ସିଂହ, ବିଏଏମ୍ ସୁଶାନ୍ତ ପାଢୀ, ବିଡିଏମ୍ ଟି. ଶ୍ରୀକାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମଧୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଲଭଲୀନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ସୁଶୀଲ କୁମାର ବାଗ, ଡମ୍ବରୁଧର ବିଶ୍ୱାଳ, ମହିଳା ସ୍ୱାସ୍ଥ୍ୟ କର୍ମୀ ରସବତୀ ସୁନାନୀ, ସରସ୍ୱତୀ ବରାଳ ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ । ଫାର୍ମାସିଷ୍ଟ ସୁଧୀର କୁମାର ଖାନସମା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଦର୍ଶନ ନାଏକ, ଦେବରାଜ ନାଏକ, ଅଶୋକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ମାନ ପାରିତ ହୋଇଥିଲା । ଶେଷରେ ଡା. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.