ସାରସ୍ଵତ ସାଧକ ମନୋଜ ଦାସଙ୍କ ଆରୋଗ୍ୟ ମନାସି ସମୂହ ଦୀପ ଜାଳିଲେ ମନୋଜପ୍ରେମୀ

 ●ବାଲେଶ୍ଵର ସମେତ ସମଗ୍ର ଓଡ଼ିଶାରେ ପ୍ରାର୍ଥନା କଲେ ଲେଖକମାନେ

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ମାଟିର ଗର୍ବ ଓ ଗୌରବ ତଥା ବିଶ୍ଵପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ଆରୋଗ୍ୟ କାମନା କରି ଆଜି ସମୁହ ଦୀପ ଜାଳିଛନ୍ତି ଜିଲ୍ଲା ସମେତ ବିଭିନ୍ନ ପ୍ରାନ୍ତରରେ ଥିବା ଲେଖକ। ଦୀର୍ଘ ଦିନ ଧରି ପଣ୍ଡିଚେରୀସ୍ଥିତ ଆଶ୍ରମ ହସପିଟାଲରେ ଚିକିତ୍ସିତ ହେଉଥିବା ମନୋଜ ଦାସ ଅସୁସ୍ଥ ଥିବା ଖବର ହଠାତ ଗତ ସପ୍ତାହରେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସବୁ ମନୋଜପ୍ରେମୀଙ୍କ ମନରେ ଉଦବେଗ ପ୍ରକାଶ ପାଇଥିଲା। ମନୋଜ-ସାହିତ୍ୟର ଅଗଣିତ ପାଠକ ତଥା ଲେଖକମାନେ ଏ ଖବରରେ ବ୍ୟଥିତ ହୋଇଥିଲେ।

Omkar Vasthu
Omkar Vasthu

ଏହି ସମୟରେ ମନୋଜ ଦାସ ଫ୍ୟାନ୍ କ୍ଲବ୍ ତଥା ତାଙ୍କ ପ୍ରଶଂସକ ମହଲ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟା ୬ଟା ସମୟରେ ଏକକାଳୀନ ଦୀପ ଜାଳି ପ୍ରାର୍ଥନା କରିବାକୁ ନିବେଦନ କରିବା ପରେ ସମଗ୍ର ଓଡ଼ିଶାରେ ଥିବା ମନୋଜପ୍ରେମୀମାନେ ନିଜ ଘରେ ଦୀପ ଜାଳି ପ୍ରାର୍ଥନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି କ୍ରମେ ଆଜି ସନ୍ଧ୍ୟା ଛଅଟା ସମୟରେ ନିଜ ନିଜ ଘରେ ଥାଇ ସମସ୍ତେ ଦୀପ ଜାଳିବା ସହ ମହାମନ୍ତ୍ର ପାଠ କରିବା ଦୃଶ୍ୟ ବେଶ୍ ଭାବପ୍ରବଣତା ସୃଷ୍ଟି କରିଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ସମୂହ ଦୀପଜଳା ଓ ପ୍ରାର୍ଥନାରେ ସମୀର ରଂଜନ ଦାଶ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, କବି କୃଷ୍ଣ କୁମାର ମହାନ୍ତି, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଗାଳ୍ପିକ ଗୌରହରି ଦାସ, କବି ସରୋଜ ବଳ, କବି ସୁଷମା ମିଶ୍ର, ଗାଳ୍ପିକ କ୍ଷୀରୋଦ ଦାସ, କବି ପ୍ରମୀଳା ଶତପଥୀ, ଗାଳ୍ପିକା ପ୍ରବୀଣା ମହାନ୍ତି, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରବି ନାରାୟଣ ସେନାପତି, ଯୁବ ଲେଖକ ସୁଶ୍ରୁତ ମହାପାତ୍ର, ବେଦପ୍ରକାଶ ନାୟକ, ଭଞ୍ଜକିଶୋର ମହାନ୍ତି, ଚିନ୍ମୟ ମହାନ୍ତି, ଦେବଦତ୍ତ ମିଶ୍ର, ଦେବଶ୍ରିତା ମିଶ୍ର କୁମାର, ଜ୍ୟୋତିପ୍ରକାଶ ମହାପାତ୍ର, କଲ୍ୟାଣ କୁମାର, କାମଦେବ ମହାରଣା, ମଞ୍ଜୁରାଣୀ ପ୍ରଧାନ, ନିବେଦିତା ମିଶ୍ର, ରଶ୍ମି ରଂଜନ ଦାଶ, ସସ୍ମିତା ଦାସ, ସୀମିତା ଦାସ, ଶ୍ରୀଜ୍ୟୋର୍ତିମୟ, ସ୍ବାଗତ ରାୟ, ପ୍ରବାସିନୀ ହୋତା, ଦତ୍ତାତ୍ରେୟ ଦାଶ, ପ୍ରଶାନ୍ତ ନାୟକ, ଜ୍ଞାନରଂଜନ ନାୟକ, ପ୍ରଦୀପ ବିଶ୍ବାଳ, ଗାଳ୍ପିକ ସୀତେଶ ତ୍ରିପାଠୀ, ଗାଳ୍ପିକ ଅମରେଶ ବିଶ୍ବାଳ, ରସାନନ୍ଦ ସାହୁ,

ଦୀପ୍ତିରାଣୀ ସାମନ୍ତ, ପରମବ୍ରହ୍ମ ତ୍ରିପାଠୀ, ପବିତ୍ର ମହାରଥା, ମୀନତି ମିଶ୍ର, ଗାଳ୍ପିକା ନନ୍ଦିତା ମହାନ୍ତି, କବି ସମ୍ପଦ ନାୟକ, ସନ୍ଦୀପ ମହାପାତ୍ର, ଲେଖିକା ଶ୍ବେତା ରାଉତ, ଗାଳ୍ପିକ ରାଜେନ୍ଦ୍ର ରାଉଳ, ଲେଖିକା ଆଦ୍ୟାଶା ଦାସ, କବି ଚିତ୍ତରଂଜନ ନାୟକ, କବି ବାସୁଦେବ ସୁନାନୀ, କବି ରତ୍ନମାଳା ସ୍ବାଇଁ, କବି ରକ୍ଷକ ନାୟକ, ଜାକିର ଖାନ୍, ରାଜକିଶୋର ଦାସ, କବି ପବିତ୍ର ମୋହନ କର, ପୁଷ୍ପାଞ୍ଜଳି କର, ବାସନ୍ତୀ ମହାନ୍ତି, ବନୋଜ ତ୍ରିପାଠୀ ପ୍ରମୁଖ ଦୀପ ଜାଳିବା ସହ ସମୂହ ପ୍ରାର୍ଥନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.