ଉଦଘାଟିତ ହେଲା ଆମ ଯୋଜନା ଜଙ୍ଗଲର ତିନି ଗୋଟି ନୂତନ ସଭାଗୃହ

ଲାଞ୍ଜିଗଡ: ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟର ଭାଲୁଚଞ୍ଚରା ଓ ଖିକସାଭଟା ବିଟର ଧାନ ବାହିଲି ଓ ମୂଷାନାଳ ସେକ୍ସନ ମାଚୁଲ ବିଟର ରାଏଲଗୁଡା ଠାରେ ଆମ ଜଙ୍ଗଲ ଯୋଜନର ନୂତନ ସଭା ଗୃହ ଉଦଘାଟିତ ହୋଇଯାଇଛି।


ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ବନଖଣ୍ଡର ଏସିଏଫ ଅନିଲ କୁମାର ରାୟ ଯୋଗଦେଇ ସଭା ଗୃହ ଗୁଡିକୁ ଉଦଘାଟନ କରିଥିଲେ। ସଂମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦ, ମୂଷାନାଳ ବନପାଳ ଚିନ୍ତାମଣି ମାଝୀ, 

ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରା, ଦିକେରକୁପା ବନପାଳ ଚିତ୍ତରଞ୍ଜନ ବେହେରା ସମେତ ବିଭିନ୍ନ ସେକ୍ସନର ବନରକ୍ଷୀ, ଫରେଷ୍ଟ ଗାର୍ଡ, ବନ ସୁରକ୍ଷା ସମିତି ସଭାପତି ଓ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.