ଗୋଦାମ ଘରେ ଲାଗିଲା ନିଆଁ, ଜଳିଗଲା କାର ଓ ବାଇକ୍

ଲାଞ୍ଜିଗଡ: ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ପୁରୁଣା ଅବ୍ୟବହୃତ ଗୋଦାମ ଘରେ ନିଆଁ ଲାଗିଯିବା ଫଳରେ ସେଥିରେ ଥିବା ଗୋଟିଏ ଇଣ୍ଡିକା କାର, ବାଇକ୍ ଓ ଗୋଦାମ ଘରେ ଥିବା ପୁରୁଣା ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଗୋଦାମ ଘରଟି ଲାଞ୍ଜିଗଡର ସୁରେଶ ଅଗ୍ରୱାଲଙ୍କ ହୋଇଥିବା ବେଳେ ବହୁଦିନ ହେଲା ଏହା ଅବ୍ୟବହୃତ ହୋଇ ପଡ଼ିରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶନିବାର ଦିନ ଗୋଦାମ ଘର ନିକଟସ୍ଥ ମହୁଲ ଗଛ ତଳେ ଲାଗିଥିବା ନିଆଁ ଧୀରେ ଧୀରେ ବ୍ୟାପି ଗୋଦାମ ଘରେ ଲାଗିଥିଲା, ଯାହା ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ବେଳେ ସେଠାରେ ଥିବା କାର ଓ ବାଇକ୍ ମଧ୍ୟ ପୋଡ଼ ନଷ୍ଟ ହୋଇଯାଇଥିଲା। ଦିନ ୧୨ ଘଣ୍ଟା ସମୟରେ ଏହି ଖବର ପାଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଫାୟାର ଅଫିସର ମନୋରଞ୍ଜନ ପାଢ଼ୀ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିବା ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.