ମୁନିଗୁଡ଼ାରେ ରାସ୍ତା ଘାଟ ଖାଁ ଖାଁ: ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ଜୋରଦାର

ରାମନାଗୁଡା/ମୁନିଗୁଡ଼ା: ରାୟଗଡା ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳୀ ମୁନିଗୁଡ଼ାରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଲକଡାଉନର ପ୍ରଥମ ଦିନରେ ମୁନିଗୁଡା ପୋଲିସ ଦ୍ବାରା ଜୋରଦାର ଚେକିଙ୍ଗ ହୋଇଥିଲା। ସହରର ସବୁ ପ୍ରବେଶ ପଥରେ ଏଏସଆଇ, ଏସଆଇ, ପୋଲିସ ଓ ହୋମଗାର୍ଡ ଜଗିରହି କଡାକଡି ଚେକିଂ କରୁଥିବାବେଳେ ନିୟମ ଉଲଘଂନକାରି ମାନଙ୍କଠାରୁ ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା।


ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଏବଂ ଆଇଆଇସି ସୁଜ୍ଞାନୀ ସାହୁ ପୋଲିସଟିମ ଧରି ଅମାନିଆଙ୍କୁ ସାବାଡ କରିବା ସହ ବିନା କାରଣରେ ନବୁଲିବାକୁ ପରାମର୍ଶ ଦେଇଥିଲେ।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.