ରାମନାଗୁଡା/ମୁନିଗୁଡ଼ା: ରାୟଗଡା ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳୀ ମୁନିଗୁଡ଼ାରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଲକଡାଉନର ପ୍ରଥମ ଦିନରେ ମୁନିଗୁଡା ପୋଲିସ ଦ୍ବାରା ଜୋରଦାର ଚେକିଙ୍ଗ ହୋଇଥିଲା। ସହରର ସବୁ ପ୍ରବେଶ ପଥରେ ଏଏସଆଇ, ଏସଆଇ, ପୋଲିସ ଓ ହୋମଗାର୍ଡ ଜଗିରହି କଡାକଡି ଚେକିଂ କରୁଥିବାବେଳେ ନିୟମ ଉଲଘଂନକାରି ମାନଙ୍କଠାରୁ ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା।

ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଏବଂ ଆଇଆଇସି ସୁଜ୍ଞାନୀ ସାହୁ ପୋଲିସଟିମ ଧରି ଅମାନିଆଙ୍କୁ ସାବାଡ କରିବା ସହ ବିନା କାରଣରେ ନବୁଲିବାକୁ ପରାମର୍ଶ ଦେଇଥିଲେ।
ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in





