କରୋନା ଟୀକା ନେଇ ସୁରକ୍ଷିତ ମନେ କଲେ କୋକସରା ସାମ୍ବାଦିକ

କୋକସରା: କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକ ମାନଙ୍କୁ ଗୁରୁତ୍ୱ ଦେଇ ରାଜ୍ୟସାରା ସାମ୍ବାଦିକ ମାନଙ୍କୁ କୋଭିଡ ଟୀକା କରଣ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ। ଏହି କ୍ରମରେ ଆଜି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସିଡିଏମଓଙ୍କୁ ଚିଠି କରିବା ପରେ ସିଡିଏମଓ ବ୍ଲକ ମେଡିକାଲ ଅଫିସରଙ୍କୁ ଚିଠି କରି କୋକସରା ବ୍ଲକର ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଟୀକା କରଣ କରାଯାଇଛି।


ଏହି ଅବସରରେରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ ପ୍ରଧାନୀ, ବିନୋଦ ପଟେଲ ଟୀକା ଗ୍ରହଣ କରି ନିଜକୁ ସୁରକ୍ଷିତ ମନେ କରି ପ୍ରଶାସନ ଓ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣେଇଛନ୍ତି। ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ଜଗଦୀଶ ଚନ୍ଦ୍ର ନାଏକ, ଚକ୍ରଧର ବେଶ୍ରା, ବସନ୍ତ ସରାବୁ, ହିରଣ୍ୟ ବେହେରା, ତୁଲାରାମ ବେହେରା, ଶୋଭିତ ଗାନ୍ଧୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.