ଲାଞ୍ଜିଗଡ଼ରେ ପୋଲିସ ଚେକିଂ କଡାକଡ଼ି

ଲାଞ୍ଜିଗଡ଼: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ରୁ ୧୯ ପର୍ଯ୍ୟନ୍ତ ୧୪ ଦିନ ସାରା ରାଜ୍ୟକୁ ଲାକଡାଉନ ଘୋଷଣା କରିବା ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ମଧ୍ୟ ଲାକଡାଉନ କଡାକଡି ଦେଖିବାକୁ ମିଳିଛି।କେତେକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦୋକାନ, ପରିବା ଦୋକାନ ସକାଳୁ ୭ ଟାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲୁଥିବା ବେଳେ ଔଷଧ ଦୋକାନ ଗୁଡିକ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହୁଛି। ରାଜ୍ୟ ସରକାରଙ୍କ ଲାକଡାଉନ ଗାଇଡଲାଇନ ଅନୁଯାୟୀ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ପୋଲିସ ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ଛକରେ ଟେଣ୍ଟର ବ୍ୟବସ୍ଥା କରି କଡା ପହରା ଦେଇ ଗାଡି ମୋଟର ଏବଂ କୌଣସି କାମ ନଥାଇ ବାହାରେ ବୁଲାବୁଲି କରୁଥିବା ଲୋକଙ୍କୁ ଅଟକାଇ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଲାକଡାଉନର ପ୍ରଭାବ ଲାଞ୍ଜିଗଡ଼ ସହ ବିଶ୍ୱନାଥପୁର ଥାନା ଅଞ୍ଚଳରେ ମଧ୍ୟ ବେଶ ପରିଲକ୍ଷିତ ହୋଇଛି।ବିଶ୍ୱନାଥପୁର ବସ୍ତି, ମେଡ଼ିକାଲ ଛକ, ବିଜେପୁର ଛକ, କଲେଜ ଛକ ପ୍ରଭୁତି ସ୍ଥାନରେ ଦିନ ୧୧ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୁନଶାନ୍ ରହୁଥିବା ଦେଖାଯାଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.