COVID-19: ଡୋର ଟୁ ଡୋର ସର୍ଭେ ଆରମ୍ଭ

କଳାହାଣ୍ଡି: କରୋନା ମହାମାରୀର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି କ୍ରମରେ ସାରା ଓଡ଼ିଶାରେ ଘର ଘର ବୁଲି ସର୍ଭେ କାମ ଚାଲିଛି। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକରେ ଶୁକ୍ରବାର ଠାରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଯାଇଛି। ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା ଓ ସରଗୁଲମାଲପଡା, ୧୪ ତାରିଖ ଦିନ କର୍ଲାମୁଣ୍ଡା, ୧୫ ତାରିଖ ଦିନ ରାଜପୁର, ୧୭ ତାରିଖ ଦିନ ଗଜବାହାଲ, ୧୮ ତାରିଖ ଦିନ ପୌରକେଲା, ୨୦ ତାରିଖ ଦିନ ରିଷିଡା ଓ ୨୧ ତାରିଖ ଦିନ ତେରେସିଂହା ପଂଚାୟତରେ ଏଇ ଡୋର ଟୁ ଡୋର ସର୍ଭେ ଅନୁଷ୍ଠିତ ହେବ। ଏଇ କ୍ରମରେ କର୍ଲାମୁଣ୍ଡା ବ୍ଳକର ୬୦ ଟି ଗ୍ରାମର ୧୨,୩୦୦ ପରିବାର ପାଖକୁ ଯିବେ ସର୍ଭେ ଟିମ । ଏଇ ସର୍ଭେ ଟିମରେ ଆଶା, ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ସାମିଲ ହୋଇଛନ୍ତି । ବ୍ଳକ ସ୍ତରରେ ଏହାର ସୁପରଭିଜନ କରିବେ ବିଡିଓ, ଭାରପ୍ରାପ୍ତ ମେଡିକାଲ ଅଫିସର, ସିଡିପିଓ, ବି.ପି.ଏମ, ପି.ଏଚ.ଇ.ଓ ଏବଂ ଏସ୍‌ଟିଏସ୍ । ସେହିପରି ପଂଚାୟତ ସ୍ତରରେ ସୁପରଭିଜନ କରିବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ,, ସିଆରସିସି ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ରିର୍ପୋଟିଂ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ରହିଛି । ଏଥିସହିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ସଂପୃକ୍ତ ଦିନ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ପରୀକ୍ଷଣ କେନ୍ଦ୍ର ଖୋଲାଯିବ । ଏଥିରେ ଜନସାଧାରଣ ସହଯୋଗ କରିବାକୁ କର୍ଲମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାଃ ସୌମ୍ୟରଂଜନ ପାତ୍ର, ସିଡିପିଓ ଅନ୍ନପୂର୍ଣା ଡି. ଅନୁରୋଧ କରିଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.