ବିପଦପୂର୍ଣ୍ଣ ଗୃହରେ ରାଏଧର: କେବେ ମିଳିବ ଆବାସ ଗୃହ

କୋକସରା: ଗ୍ରାମାଞ୍ଚଳରେ ବସବାସ କରୁଥିବା ଗୃହହୀନ ଅଥବା କଚା ଘରେ ବାସ କରୁଥିବା ପରିବାରକୁ ପକ୍କା ଘର ଯୋଗେଇ ଆବାସ ଯୋଜନାରେ ସାମିଲ କରିବା ସରକାରଙ୍କ ଯୋଜନାରେ ଥିବାବେଳେ କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ରାଏଧର ବେମାଲଙ୍କୁ ଆବାସ ଯୋନାରେ ପକ୍କା ଘର ଟିଏ ମିଳି ପାରିନାହିଁ। ଫଳରେ ତାଙ୍କ ପରିବାର ଅନେକ ଦିନଧରି ସେହି ଭଙ୍ଗା ଦଦରା କୁଡିଆରେ ବିପଦ ସଙ୍କୁଳ ଅବସ୍ଥାରେ ରହି ଆସୁଛନ୍ତି। ଭଲ ଘର ଖଣ୍ଡିଏ ନଥିବାରୁ ଭଙ୍ଗା କୁଡିଆରେ ରହିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଜୀବନକୁ ବିପଦ ସାମ୍ନାରେ ରଖି ସେହି ଘରେ ରହିବାକୁ ବାଧ୍ୟ ବୋଲି ରାଏଧର ପ୍ରକାଶ କରିଛନ୍ତି। ଆବାସ ଯୋଜନାରେ ଖଣ୍ଡେ ଘର ପାଇଁ ଅନେକ ଥର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଦରଖାସ୍ତ ଜଣାଇଥିଲେ ସୁଦ୍ଧା ଘର ଖଣ୍ଡେ ପାଇବାରୁ ସେ ବଞ୍ଚିତ ହେଉଛନ୍ତି। ଆଗକୁ ବର୍ଷାଦିନ ଆସୁଥିବା ବେଳେ ଲଗାଣ ବର୍ଷା ହେଲେ କେତେବେଳେ ମଧ୍ୟ ଏହି ବିପଦ ସଂକୁଳ ଅବସ୍ଥାରେ ଥିବା ଦଦରା ଘର ଭୁଶୁଡି ପଡିବ ତାହାର ଠିକ୍ ଠିକଣା ନାହିଁ।

ତେବେ ଚଲିତ ବର୍ଷ ରାଏଧରଙ୍କ ନାମ ସେକ୍ ଲିଷ୍ଟରେ ରହିଥିବା ଜଣାପଡିଛି। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତାଙ୍କୁ ଆବାସ ଯୋଜନାରେ ପକ୍କା ଗୃହ ଯୋଗାଇ ଦେବା ପାଇଁ ଦାବୀ ହେଉଛି। ଏ ସମ୍ପର୍କରେ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବରଙ୍କୁ ପଚାରିବାରୁ ତାଙ୍କ ନାମ ଲିଷ୍ଟରେ ଅଛି, କେମିତି ଶୀଘ୍ର ତାଙ୍କୁ ଗୃହ ମିଳିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ। ଏନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ତଦନ୍ତ କରି ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.