୭୨ତମ ବନ ମହୋତ୍ସବରେ ୧୦୦୦ ଚାରା ରୋପଣ

ଗୁଣୁପୁର/ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅଧିନସ୍ତ ଗୁମୁଡା ପଡୁଗୁପଦର ଗ୍ରାମ ଠାରେ ୧୦୦୦ ଚାରା ରୋପଣ କରି ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଥିଲା।


ଉକ୍ତ କାର୍ଯ୍ୟ କ୍ରମ ଟି ଗୁଡାରୀ ବନ ବିଭାଗ ତରଫରୁ ତରଫରୁ ସଂଘମିତ୍ରା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ରାମନାଗୁଡାର ସମାଜସେବୀ ଗଗନ ଆଚାର୍ଯ୍ୟ ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।


ଏଥିରେ ସୁଧିର ପତି, ଏମପି ପ୍ରତିନିଧି ପ୍ରସାଦ ବାବୁ, ଗୁମୁଡା ଏଏସଆଇ ଲୋକ ନାଥ ଦୋରା, ଗୁମୁଡା ଅଗ୍ରିଶମ ବିଭାଗ ଅଧିକାରୀ, ନାଇରା ଫରେଷ୍ଟର ଚଦ୍ର ଶେଖର ସାହୁ, ଶିରିଗୁଡା ଫରେଷ୍ଟର ବର୍ଷାରାଣୀ ପାତ୍ର, ଗୁଡାରୀ ରେଞ୍ଜ ଅଫିସର ସଂଘମିତ୍ରା ଭୋଇ, ବନରଖି ରଞ୍ଜିତା ଗୈାଡ, ଗାୟତ୍ରୀ ଶବର, ଉଦୟନି ଶବର, ପିଏନଜିଓ ଷ୍ଟାପ ଏବଂ ଲିମାପଦର ବିଦ୍ୟାଳୟ ଶିକ୍ଷକ ପ୍ରପନ୍ନ ତ୍ରପାଠି ସହ ଗ୍ରାମର ବୁଦ୍ଧିଜିବୀ ସହ ଏକ ହଜାର ଚାରା ଅଁଳା, ଗମ୍ଭାରୀ, ଜାମୁ, ଲିମ, ବାହାଡା, ଶିଶୁ, କରଞ୍ଜ, ବଣ ଭାଲିଆ ଚାରା ରୋପଣ କରାଯାଇଥିଲା।


ସମସ୍ତ ଜନସାଧାରଣ ଏବଂ ଅଧିକାରୀମାନେ ମିଳିମିଶି ଏକ ସୁନ୍ଦର ଗୁଡାରୀ, ସବୁଜ ଗୁଡାରୀ ଏବଂ ସୁରକ୍ଷିତ ଗୁଡାରୀ ଗଠନ କରିବା ପାଇଁ ଆଗାମୀ ଦିନରେ ଆଉ ଦୁଇ ଲକ୍ଷରୁ ଉଦ୍ଧ ଚାରା ରୋପଣ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯିବାର ସଂକଳ୍ପ ନେଇଥିଲେ।


ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.