ରାୟଗଡ ଜିଲ୍ଲାସ୍ତରୀୟ ୭୨ତମ ବନ ମହୋତ୍ସବ ପାଳିତ

● ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ : ଜିଲ୍ଲାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଟାଗୁଡା ରାଜସ୍ୱ ଜଙ୍ଗଲ ଏବଂ କମ୍ପାସୁରି ଲଣ୍ଡା ପାହାଡ଼ ଠାରେ ସମୂହ ବନୀକରଣ କରାଯାଇ ଜିଲ୍ଲାସ୍ତରୀୟ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହାୟତା ଏବଂ ରାୟଗଡ ବନଖଣ୍ଡ ସୈାଜନ୍ୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଏହି ମହାମାରୀ କୋଭିଡ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ ।

Udyog Nursery
Udyogi Nursery


ତଟାଗୁଡା ଠାରେ ସିଏସଆର ପାଣ୍ଠିରୁ ୨୦ ହେକ୍ଟର ଜାଗାରେ ଓ ସୁରି ପାହାଡ଼ ରାଜସ୍ବ ଜମିରେ ଥିବା ୨୦ ହେକ୍ଟର ମାେଟ ୪୦ ହେକ୍ଟର ଜାଗାରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧିକାରୀମାନେ ପ୍ରକାଶ କରିଥିଲେ । ସେହିପରି କୋଲନରା ବ୍ଲକ ବିଡ଼ିଓ ତାପସ ଭୋଇ ,ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକ, ଏସିଏଫ ପ୍ରଦୀପ କୁମାର ବାତ୍ରା ଉପସ୍ଥିତ ରହି ଜଗଦମ୍ବା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନାଞ୍ଚଳ ଅଧିକାରୀ ରାୟଗଡା ଅଶୋକ କୁମାର ପ୍ରଧାନ, ବନପାଳ ସଞ୍ଜୟ ଦାଶଙ୍କ ସମେତ ବନ କର୍ମଚାରୀ ଓ ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.