ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଏକ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥର ଆଲୋଚନାର ବିଷୟବସ୍ତୁ ଥିଲା  ‘ଆଧୁନିକ କବିତାର ଦିଗଦିଗନ୍ତ’। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧ୍ୟାପକ ଡ଼ଃ. ଶ୍ରୀହରି ଧଳ ଯୋଗଦେଇ ତାଙ୍କର ସ୍ଵଳ୍ପ ବକ୍ତବ୍ୟରେ କବିତା ରଚନା, ଆଦୃତି ତଥା ଶୈଳୀ ସହ ସାମଞ୍ଜସ୍ୟର ଉଦାହରଣ ଜଗନ୍ନାଥ ଦାସଙ୍କ ଭାଗବତ ଭଳି କାବ୍ୟର ବର୍ଣ୍ଣନା କରିଥିଲେ। କବିତା ସମସ୍ତଙ୍କ ହୃଦୟକୁ ଛୁଇଁ ପାରେ ସେତେବେଳେ ସ୍ରଷ୍ଟା ନିରହଙ୍କାର ମନ ନେଇ ରଚନା କରିଥାଏ। ଗୋଟିଏ ସୃଷ୍ଟି ପାଇଁ ଉଭୟ ପାଠକ ଓ ସ୍ରଷ୍ଟାଙ୍କ ଭୂମିକା ମୁଖ୍ୟ ହୁଏ। ବୋଲିି ସେ ମତ ବ୍ୟକ୍ତ କରିଥିଲେ। ସର୍ବପ୍ରଥମେ ଜୁମରନାଥ ପାତ୍ରଙ୍କର ଓମକାର ନାଦଧ୍ଵନି ପରେ
ଉକ୍ତ ଓ୍ଵେବିନାରରେ ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ନନ୍ଦିନୀ ରାଉତ ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ପତ୍ରିକା ତଥା ଉକ୍ତ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବାବେଳେ ବଡ଼ଭାଇ ବିଶ୍ଵେଶ୍ଵର ମାଝୀ ପତ୍ରିକା ସମ୍ପର୍କରେ ସମ୍ୟକ ଆଲୋଚନା ଓ ପରେ କବିତା ଆସରର ସମିକ୍ଷା କରିଥିଲେ। ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରିଥିଲେ ରଞ୍ଜନ କୁମାର ମହାନ୍ତି, ଶାନ୍ତିଲତା ପଣ୍ଡା ଓ ରୀତା ଅପରାଜିତା ମହାନ୍ତି।


ଉକ୍ତ ଆସରରେ କେନ୍ଦୁଝର ଜିଲ୍ଲାର ରତିନାରାୟଣ ରାଉତ, ବାଲେଶ୍ଵରରୁ ପ୍ରଣତି ମହାପାତ୍ର, ଜୁମମନାଥ ପାତ୍ର, ଶାନ୍ତିଲତା ପଣ୍ଡା, ସମର ବଲ୍ଲଭ ଭୋଇ, ରତ୍ନାକର ସିଂହ, ସ୍ନିଗ୍ଧା ସାମନ୍ତରାୟ, ଗୀତା ପୁରୀ, ରାଜେନ୍ଦ୍ର କୁମାର ଗିରି, ପ୍ରଫୁଲ୍ଲ କୁମାର ଦାସ, ପ୍ରଭାତ କୁମାର ଆଚାର୍ଯ୍ୟ, ହରେରାମ ଦାସ, ସୁବ୍ରତା ମହାନ୍ତି, ସଞ୍ଜୟ କୁମାର ପଣ୍ଡା, ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ବିଶ୍ଵେଶ୍ଵର ମାଝୀ, ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ବାବାଜୀ ଚରଣ ଦାସ, ଅମୁଲ୍ୟ କୁମାର ନାଏକ, ଜନରଞ୍ଜନ ନାଏକ, ପ୍ରମୋଦ କୁମାର ତ୍ରିପାଠୀ, ଅନୁଗୁଳରୁ ନନ୍ଦିନୀ ରାଉତ, ନବରଙ୍ଗପୁରରୁ ସାଗର କୁମାର ପରିଡ଼ା, ନଗେନ୍ଦ୍ର ରାଉତ, ମନୋରମା ମହାପାତ୍ର, ଶୁଭ୍ରାଂଶୁ ଶେଖର ମାହୁନ୍ତ, ଅଶୋକ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅଶୋକ କୁମାର ଦାସ, ବାରିପଦାରୁ ସୁମିତା ବେହେରା, ପ୍ରିୟମ୍ବଦା ସାମଲ, ନିରଞ୍ଜନ କରଣ, ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ନାଏକ, ଶୁଭେନ୍ଦୁ ମେହେର, ଢେଙ୍କାନାଳରୁ ତପନ କୁମାର ପ୍ରଧାନ, ଖୋର୍ଦ୍ଧାରୁ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ବହୁ କବି କବୟତ୍ରୀ ଏହି ଆସରରେ ଅଂଶଗ୍ରହଣ କରିଥିଲେ। ଶେଷରେ ସ୍ନିଗ୍ଧା ସାମନ୍ତରାୟଙ୍କ ଧନ୍ୟବାଦ ଅର୍ପଣ ଓ ପ୍ରଧାନ ଶିକ୍ଷକ ରତିନାରାୟଣ ରାଉତଙ୍କ ଶାନ୍ତିପାଠ ପରେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.