ରାୟଗଡ ସଂସ୍କୃତି ମହିଳା କ୍ଳବ ଓ ମହିଳା ମହାବିଦ୍ୟାଳୟର ଏନସିସି ୱିଙ୍ଗ ପକ୍ଷରୁ ବୃକ୍ଷରୋପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସଂସ୍କୃତି ମହିଳା କ୍ଳବ ଓ ମହିଳା ମହାବିଦ୍ୟାଳୟର ଏନସିସି ୱିଙ୍ଗ ଏବଂ ରାୟଗଡ ବନଖଣ୍ଡ ମିିଳିତ ଆନୁକୂଲ୍ୟରେ ଆଜି ସହର ଉପକଣ୍ଠ ସ୍ଥିତ ଶିରିଗୁଡା ଠାରେ ସ୍ୱର୍ଗଧାମ ଶ୍ମଶ୍ମାନପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ପଂଚମ ଦିନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା କ୍ଳବର କାର୍ଯ୍ୟକର୍ତା ଓ ସଦସ୍ୟାମାନଙ୍କ ସହ ଏନସିସି ୱିଙ୍ଗର କ୍ୟାଟେଡ୍ ଏବଂ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ବୃକ୍ଷର ସୁରକ୍ଷା ହୋଇ ପାରିଲେ ଜଳ ଓ ମାଟି ଏବଂ ପରିବେଶ ସହ ଜୀବନର ମଧ୍ୟ ସୁରକ୍ଷା ହୋଇପାରିବ ତେଣୁ ସମସ୍ତେ ମିଶି ବୃକ୍ଷରୋପଣ କରି ପୃଥିବୀକୁ ସବୁଜ ସୁନ୍ଦର ପରିବେଶରେ ଗଢି ତୋଳିବା ପାଇଁ ଆଗେଇ ଆସନ୍ତୁ ବୋଲି ପ୍ଳାକାର୍ଡ ମାଧ୍ୟମରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଥିଲା ।

ସଂସ୍କୃତି ମହିଳା କ୍ଳବର ସଦସ୍ୟା ତଥା ମହିଳା ମହାବିଦ୍ୟାଳୟର ଏନସିସି ୱିଙ୍ଗ୍ କ୍ୟାପ୍‌ଟେନ୍ ରୀତାରାଣୀ ମିଶ୍ରଙ୍କ ତତ୍ୱାବଧାନରେ ମହିଳା ଏନସିସି ୱିଙ୍ଗର ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସଂସ୍କୃତି ମହିଳା କ୍ଳବର ସଭାପତି ସୁଜାତା ମାଦଳା, ରଶ୍ମିତା ପଣ୍ଡା, ରବିରାଣୀ କୁଣ୍ଡୁ, ସଂଯୁକ୍ତା ମିଶ୍ର, ଏ.ଅରୁଣା ଓ ଅରୁଣା ବେହେରା ପ୍ରମୁଖ ଉପସ୍ଥିତ କ୍ଳବର ଚାରା ରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.