ରାୟଗଡ ଡିଏଲଏସଏ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କର ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ରାୟଗଡ ଦ୍ୱାରା କୋଲନରା ବ୍ଳକ ଅନ୍ତର୍ଗତ ଦୋରାଗୁଡା ଗ୍ରାମର ସୁର ରାଜସ୍ୱ ଜଙ୍ଗଲରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳା ଦୈାରାଜଜ୍ ତଥା ଡିଏଲଏସଏ ଅଧ୍ୟକ୍ଷ ମଳୟ ରଂଜନ ଦାଶ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଂଜନ ଦାଶ,ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ, ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକ, ଏସିଏଫ ପ୍ରଦୀପ କୁମାର ବାତ୍ରା, ବନପାଳ ସଂଜୟ କୁମାର ଦାଶ,ବନ କର୍ମଚାର ଏବଂ ବନ ସୁରକ୍ଷା ସମିତିର ସଦସ୍ୟସଦସ୍ୟା ପ୍ରମୁଖପ ଉପସ୍ଥିତ ରହି ବିଭିନ୍ନ କିସମର ଚାରା ରୋପଣ କରିଥିଲେ।

Udyog Nursery
Udyogi Nursery


ସର୍ବୋପରି ଜଙ୍ଗଲ ବିଭାଗର ସହଭାଗୀତା ଏବଂ ଜିଲ୍ଳା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା। ସେହିପରି ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାୟଗଡ ଜିଲ୍ଳା ଦୈାରାଜଜଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଡିଏଲଏସଏ ସଚିବ ମନୋରଂଜନ ମିଶ୍ର, ପ୍ରଥମ ଶ୍ରେଣୀ ବିଚାରପତି ଗୁରୁଚରଣ ଜେନାମଣି ଓ ଯୁଧିଷ୍ଠିର ଦଳେଇ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।


ଏହି କାର୍ଯ୍ୟକ୍ରମରେ ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ, ବନପାଳ ଅନୀଲ କୁମାର ପାଣିଗ୍ରାହୀ ଏବଂ ରାୟଗଡ ବନାଂଚଳର ବନ ବିଭାଗ କର୍ମଚାରୀ ମୁରଲୀ ରାଉତ, ଗୈାରୀଶଙ୍କର ସାହୁ, ରବିଚନ୍ଦ୍ର ପାତ୍ର, ପଦ୍ମାବତୀ ପାଢୀ, ନିରୁପମା ମହାପାତ୍ର, ଲିଙ୍ଗରାଜ ମିଶ୍ର, ସୈାମ୍ୟରଂଜନ ସାରକା, ସନ୍ତୋଷ ପାଣିଗ୍ରାହୀ, ଶ୍ରୀମତି ଶକୁନ୍ତଳା କଣ୍ଡାଗାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ କଦମ୍ବ, କରଂଜ, ବଉଳ, ପିସ୍ତାବାଦାମ, ନିମ ଆଦି ଅନ୍ୟାନ୍ୟ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.