୪ ମାସ ହେଲା ସୋଲାର ପମ୍ପ ଅଚଳ: ଆଖି ମୁଜି ଦେଇଛି ପ୍ରଶାସନ, ପାନୀୟ ଜଳ ପାଇଁ ପଡାବାସୀ ହନ୍ତସନ୍ତ

କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ସ୍କୁଲ ପଡାରେ ଉତ୍କଟ ପାନୀୟ ଜଳ ସଂକଟ ଦେଖାଦେଇଛି। ଏଠାକାର ସୋଲାର ପମ୍ପ ୪ମାସ ହେଲା ଅଚଳ ହୋଇ ପଡିଥିବାରୁ ପାନୀୟ ଜଳ ପାଇଁ ପଡାବାସୀ ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ନିର୍ବାଚିତ ଜନ ପ୍ରତିନିଧି ଓ ବିଭାଗୀୟ କତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ଗତ ମାର୍ଚ୍ଚ ମାସରେ ଏହି ପଡାର ସୋଲାର ପମ୍ପ କାମ ନକରିବାରୁ ତା’କୁ ଖୋଲାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ମରାମତି ହେଉନାହିଁ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ପଡାରେ ପ୍ରାୟ ୪୦ ଘର ଥିବା ବେଳେ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବାରେ ଅସଫଳ ବୋଲି କର୍ଲାମୁଣ୍ଡା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏ ନେଇ ଜଳ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାରୁ ଆପଣଙ୍କ ଠାରୁ ଏ ସମନ୍ଧରେ ଜାଣିବାକୁ ପାଇଲି, କ’ଣ ହେଇଛି ଆଜି ଯାଇ ଦେଖିବି ଓ ମରାମତି କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ପଡାବାସି ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.