ବୃନ୍ଦାବାହାଲ-ଗଣ୍ଡାମେର ପ୍ରଧାନମନ୍ତ୍ରୀ ସଡକ ବିପର୍ଯ୍ୟସ୍ତ: ମରାମତି ଦାବୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରୁ ଗଣ୍ଡାମେର ପ୍ରଧାନମନ୍ତ୍ରୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭର୍ତ୍ତି ହୋଇ ଥିବାରୁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଦୀର୍ଘ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ନିର୍ମାଣର ଅନେକ ବର୍ଷ ପରେ ମଧ୍ୟ ମରାମତି ହୋଇ ପାରୁ ନଥିବାରୁ ରାସ୍ତାର ଅବସ୍ଥା ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ରାସ୍ତା ଉପରେ ୧୦ ଗୋଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ। ମରାମତି ଅଭାବରୁ ମେଟାଲ ଗୁଡିକ ଉଠି ଯାଇ ଖାଲ ଖମାରେ ପାଣି ଜମିବା ଦ୍ୱାରା ଛୋଟ ବଡ଼ ଯାନବାହାନ ଯିବା ଆସିବାରେ ବହୁତ ଅସୁବିଧା ହେଉଛି।

Udyog Nursery
Udyogi Nursery

ଏଣୁ ତୁରନ୍ତ ମରାମତି କରାନଗଲେ ଛୋଟ ବଡ଼ ଦୁର୍ଘଟଣାର ହେବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.