ପିଆଇ ଡିଗ୍ରୀ କଲେଜ ଜୁନାଗଡ଼ରେ ବନ ମହୋତ୍ସବ ପାଳିତ

ଜୁନାଗଡ଼: ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଜୁନାଗଡ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ବିଭୁତି ମେହେର, ଡିଏଫ୍ଓ ଟି ଅଶୋକ କୁମାର, ଅଶୋକ ପଟ୍ଟନାୟକ, ଦେବବ୍ରତ ବଣୁଆ, ବିନୟ ମେହେର, ଅଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅରୁପାନନ୍ଦ ନାଗ, ସରୋଜ ଠାକୁର, ଦେଶରାଜ ରାଉତ, ଦେବେନ୍ଦ୍ର ବେହେରା, ସମୀର ସାହୁ, ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା, ଫରେଷ୍ଟର ଜୟଦେବ ମାଝୀ, ଦେବେନ୍ଦ୍ର ମାଝୀ, ଗାର୍ଡ କାନହୁ ତ୍ରିପାଠୀଙ୍କ ସମେତ କଲେଜର କର୍ମଚାରୀ, ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ କଲେଜ ପରିସରର ମଧ୍ୟରେ ଅତିଥି ଓ ଉପସ୍ଥିତ ଲୋକେ ବୃକ୍ଷ ରୋପଣ କରିଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.