ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ : ଶିକ୍ଷକ ସମାଜ କେବଳ ଶିକ୍ଷାଦାନ ନୁହେଁ ତାହା ସହିତ ସମାଜ ପରିବର୍ତ୍ତନରେ ଏକ ନୂତମତନ ସ୍ୱର ସୃଷ୍ଟି କରିପାରନ୍ତି ଏଭଳି ବାର୍ତ୍ତା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୋଖରୀବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଯୋଗଦେଇ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବର୍ତ୍ତମାନ ସମୟ ମୁଖ୍ୟ ଆବଶ୍ୟକତା ଓ ପ୍ରକୃତିକୁ ସୁରକ୍ଷିତ ରଖିବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।


ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା, ବନ ବିଭାଗର କର୍ମଚାରୀ ଜାହ୍ନବୀ ମୁଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗ ଦେଇଥିଲେ । ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଦୁଃଶାସନ ଦାସ, ଉପ ସଭାନେତ୍ରୀ ମିନତୀ ରାଉତ, ସାଧାରଣ ସଂପାଦକ ପ୍ରମୋଦ କୁମାର ମହାନ୍ତି, ଯୁଗ୍ମ ସଂପାଦକ ଚନ୍ଦନ ସାହୁ, ସୌଭାଗ୍ୟ ରଞ୍ଜନ ସାହୁ ପ୍ରମୁଖ ଏହି ସମାରୋହରେ ସାମିଲ ହୋଇଥିଲେ । ସଂଘର ବ୍ଲକ ସଂଯୋଜକ ତଥା ଗୋବର୍ଦ୍ଧନପୁର ସିଆର୍‌ସିସି ତପନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ, ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.