ହଟଚମଟ: ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ଜଙ୍ଗଲୀ ଭାଲୁ

ନୂଆପଡା: ସ୍ଥାନୀୟ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତଥା ଜଳବିଭାଜିକା ବିଭାଗ କାର୍ଯ୍ୟାଳୟ ପରିସରକୁ ଏକ ଜଙ୍ଗଲୀ ଭାଲୁ ପଶି ଆସିଛି। ରାତିରେ ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ନୂଆପଡା ସହର ଭିତରକୁ ଆସିଥିଲା। ବୁଧବାର ରାତିରେ ବାଟ ବଣା ହୋଇ ଜଙ୍ଗଲକୁ ଫେରି ଯାଇ ପାରି ନ ଥିଲା। ତେବେ ସକାଳ ହୋଇ ଯିବାରୁ ସ୍ଥାନୀୟ ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହି ଯାଇ ଥିଲା। ଗୁରୁବାର ପୂର୍ବାହ୍ନରେ ବିଭାଗୀୟ ଅଧିକାରୀ ମାନେ ବୁଦା ଭିତରେ ଭାଲୁକୁ ଲୁଚି ରହିଥିବା ଦେଖିଵାକୁ ପାଇଥିଲେ। ଖବର ପାଇ ନୂଆପଡା ବନ୍ୟ ପ୍ରାଣୀ ରେଞ୍ଜର ଦିଲୀପ ଚମ୍ପତ୍ତିରାୟ,‌ ଗୋଲାବନ୍ଧ ଫରେଷ୍ଟର ଲକ୍ଷ୍ମଣ ସାହୁ, କଟିଙ୍ଗପାଣି ଫରେଷ୍ଟର ଶିବ ପ୍ରସାଦ ଖମାରୀ ସମେତ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ଭୟର ବାତା ବରଣ ଖେଳି ଯାଇଛି। ବିଭାଗୀୟ କର୍ମଚାରୀ ମାନେ ଘର ଓ ଅଫିସ ତାଟି କବାଟ ବନ୍ଦ କରି ରହିଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.