ନେସନାଲ କଲେଜଠାରେ ଆଲୁମିନି ସଂଘ ପକ୍ଷରୁ ବୃକ୍ଷ ରୋପଣ

ନୂଆପଡା: ନୂଆପଡା ନେସନାଲ କଲେଜ ଠାରେ ବୃକ୍ଷ ରୋପଣ କରି ୭୨ ତମ ବନ ମହୋତ୍ସବ ପାଳନ କରିଛି ଜିଲ୍ଲା ଆଲୁମିନି ସଂଘ। ସଂଘର ସଭାପତି ତଥା ନୂଆପଡା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ସରୋଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ ଟି ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ରୋପଣ ବର୍ତମାନ ସମୟର ଆବଶ୍ୟକତା ପାଲଟି ଯାଇଛି ଓ ସମସ୍ତେ ବୃକ୍ଷ ରୋପଣ କରିବା ଉଚିତ ବୋଲି ମୁଖ୍ୟ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆଲୁମିନି ସଂଘର ସଦସ୍ୟ କ୍ଷୀରୋଧ ପାଢ଼ୀ, ପ୍ରକାଶ ସାହୁ, ପ୍ରଦୀପ ରାଉତ, ବିଭୁଦତ୍ତ ମିଶ୍ର, ମହେଶ ନିଆଲ, ବନ ବିଭାଗର ରେଞ୍ଜର ନିରଞ୍ଜନ ମାଝୀ, ବନପାଳ ଡମ୍ବରୁସାହୁ, ସଞ୍ଜୟ ପଟେଲ, ବନରକ୍ଷୀ ସମେରକାନ୍ତ ଠାକୁର, ଶୁଚିସ୍ମିତା ମୁଣ୍ଡ ଓ ଅବସର ପ୍ରାପ୍ତ ରେଞ୍ଜର ରବୀନ୍ଦ୍ର ସେଠ ଏବଂ ନେସନାଲ କଲେଜର ଅଧ୍ୟକ୍ଷା କବିତା ରଥ, ଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ନାୟକ, ଦୁର୍ଲଭ ଚରଣ ବେହେରା, ବଦ୍ୟ ନାଥ ଗର୍ତିଆ, କପିଳ ଦେବ ପାଣିଗ୍ରାହୀ, ଡ଼ଃ ମିନାକ୍ଷୀ ଦାଶ, ଗୋପି କିଶନ ସୁନା, ଡ଼ଃ ପୌଲସ୍ତ୍ୟ ମହାନନ୍ଦ, ସୀମା ବରିହା, ନମ୍ରତା ତ୍ରିପାଠୀ, ହିତେଶ କୁମାର ସାହୁ, କୋମନଲାଲ ଚନ୍ଦ୍ରକାର, ଶିବ ପ୍ରସାଦ ଶାହ, ଯଶୋବନ୍ତ ଭୋଇ, ଡ଼ଃ ପ୍ରଣତି ପଣ୍ଡା, ଗୀତା ସେଠ, ନନ୍ଦିନୀ ମଞ୍ଜରୀ ହୋତା ଓ କଲେଜର ଛାତ୍ରୀ ଛାତ୍ର ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.