ଶକ୍ତି ମନ୍ତ୍ରୀଙ୍କ ଉଦ୍ୟମ ଫଳରେ କେଗାଁ-ଗୁରୁଜିପଡା-ଦର୍ଲିପଡା ରାସ୍ତା ପକ୍କା ସଡକରେ ପରିଣତ ହେବ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଗୁରୁଜିପଡା ରାସ୍ତା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉଦ୍ୟମ ଫଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯୋଡି ହୋଇ ପକ୍କା ରାସ୍ତା ପରିଣତ ହେବାକୁ ଯାଉଛି ।

ଆଜି ଧର୍ମଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂହ ଓ କନିଷ୍ଠ ଯନ୍ତ୍ରୀ ସୁଧାଶୁଂ ଶେଖର ନାୟକ ଗ୍ରାମକୁ ଆସି ଗ୍ରାମବାସୀଙ୍କ ସହିତ ଏକ ପଲ୍ଲିସଭା କରିବା ସହିତ ଉକ୍ତ ରାସ୍ତାରଟିକୁ ନିରିକ୍ଷଣ କରି ଆଗାମୀ କମ ଦିନ ମଧ୍ୟରେ ଉକ୍ତ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ରାସ୍ତାରେ ଯୋଡି ହୋଇ ପକ୍କା ସଡକରେ ପରିଣତ ହେବ ବୋଲି କହିଥିଲେ । ଶକ୍ତି ମନ୍ତ୍ରୀଙ୍କ ଉଦ୍ୟମରେ ଉକ୍ତ ରାସ୍ତାଟି ପକ୍କା ସଡକରେ ପରିଣତ ହେଉଥିବାରୁ ଗ୍ରାମରେ ଖୁସିର ଲହରି ଖେଳି ଯାଇଛି ।


ସୂଚନାଯୋଗ୍ୟ ଯେ, ଏହି ରସ୍ତାଟି ବର୍ତ୍ତମାନ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବେଳେ କେବଳ ମୁରୁମ ମେଟାଲ କାମ ହେଉଥିଲେ ସୁଦ୍ଧା ବର୍ଷା ଦିନରେ ଏହି ରସ୍ତା ଅବସ୍ତା ବେହେଲା ହୋଇ ପଡେ ଫଳରେ ଲୋକଙ୍କ ଯିବା ଆସିବାରେ ଅନେକ ଅସୁବିଧା ହୋଇଥାଏ । ଏଣୁ ଏହି ରାସ୍ତାର ମରାମତି କରିବାକୁ ଗତମାସରେ କେଗାଁ ଗସ୍ତରେ ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ଆସିଥିବା ସମୟରେ ଗ୍ରାମବାସୀ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ରାସ୍ତାଟିକୁ ଯଥା ଶିଘ୍ର ପକ୍କା ସଡକରେ ପରିଣତ କରିବାକୁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.