ଗର୍ଭଯନ୍ତ୍ରଣା ନେଇ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା

ରାୟଗଡ ଜିଲ୍ଳାର ବିକାଶ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁକମ୍ପାରେ ପଛୁଆ ଓ ଆକାଂକ୍ଷା ଜିଲ୍ଳା ଭାବେ ପରିଚିତ ଥିବା ରାୟଗଡ ଜିଲ୍ଳାରେ ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଳାରେ ୩ଟି ଅଗ୍ରଣୀ ଶିଳ୍ପାନୁଷ୍ଠାନ ରହିଛି । ତଥାପି ସ୍ୱାଧୀନତାର ୭୪ବର୍ଷର୍ ପରେ ମଧ୍ୟ ଜିଲ୍ଳାର ଅନେକ ଦୁର୍ଗମ ଅଂଚଳକୁ ରାସ୍ତା ସଂଯୋଗୀକରଣ ନ ଥିବାରୁ ଅଂଚଳବାସୀ ନିଜ ମୈାଳିକ ସୁବିଧାରୁ ବଂଚିତ ହେଉଥିବା ବେଳେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ଜିଲ୍ଳାର ବିକାଶ ହେଉଥିବା ନେଇ ଜିଲ୍ଳାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଜନ ପ୍ରତିନିଧିମାନଙ୍କ ରିପୋର୍ଟ କାର୍ଡ ଏହି ଦୁର୍ଗମ ଅଂଚଳବାସୀଙ୍କ ଭାଗ୍ୟକୁ ଆହୁରି ଅନ୍ଧାରରେ ଠେଲି ଦେଉଛି । ରାସ୍ତା ନ ଥିବାରୁ ଜଣେ ଗର୍ଭବତୀ ମହିଳା ଦୀର୍ଘ ୨ କିଲୋମିଟର ଦୂର ବାଟ ଗର୍ଭଯନ୍ତ୍ରଣା ସହ ଚାଲି ଚାଲି ଆସିବା ଭଳି ହୃଦୟ ବିିଦାରକ ଦୃଶ୍ୟ ରାୟଗଡ ଜିଲ୍ଳାରେ ଦେଖିବାକୁ ମିଳିଛି । ଫଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି । ଦୀର୍ଘ ୨କିଲୋମିଟର ଦୂର ବାଟ ଚାଲି ଆସିଥିବା ଗର୍ଭବତୀ ମହିଳାକୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେବା ପରେ ଅସ୍ତ୍ରୋପଚାର କରାଯାଇଥିଲା । ଗର୍ଭବତୀ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ନବଜାତ ଶିଶୁକୁ ଏସଏନସିୟୁରେ ରଖାଯାଇଛି ।

Omkar Vasthu
Omkar Vasthu


ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ସଦର ବ୍ଳକ ତାଡମା ପଂଚାୟତର ହୁଲକି ଗ୍ରାମରେ । ଗତକାଲି ସକାଳ ସାଢେ ୬ଟା ସମୟରେ ହୁଲକି ଗ୍ରାମର କୈଳାସ କାଡ୍ରକାଙ୍କ ସ୍ତ୍ରୀ ସଂଜି କାଡ୍ରକା (୨୦)ଙ୍କୁ ଅତ୍ୟଧିକ ଗର୍ଭ ଯନ୍ତ୍ରଣା ହେବାରୁ ସ୍ୱାମୀ କୈଳାସ ଓ ତାଙ୍କ ଭାଇ ରଂଜୀ କାଡ୍ରକା, ଭାଉଜ ମତୀ କାଡ୍ରକା ଓ ନାନୀ ନନ୍ଦୀ ପ୍ରମୁଖ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ପ୍ରସ୍ତୁତ ହେଲେ । ତେବେ ବିଡମ୍ବନାର ବିଷୟ ହୁଲକି ଗ୍ରାମକୁ ପକ୍ମା ରାସ୍ତାଟିଏ ନ ଥିବାରୁ କଚ୍ଚା ରାସ୍ତା ଦେଇ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉ ନ ଥିବା ବେଳେ ଗାଁ ଠାରୁ ୩ କିଲୋମିଟର ଦୂର ପଡୋଶୀ କୋରାପୁଟ ଜିଲ୍ଳାର ଜାରପା ଗ୍ରାମ ଠାରେ ଆମ୍ବୁଲାନ୍ସ ଅପକ୍ଷୋ କରିବାକୁ ପଡିଥିଲା । ତେବେ ପାଦ ଚଲା ରାସ୍ତାରେ ଆସିବା ଛଡା ଆଉ କୈାଣସି ଉପାୟ ରହି ନ ଥିଲା । ତେଣୁ ପରିବାର ଲୋକେ ଏକ ଖଟିଆ ଯୋଗେ ଗର୍ଭବତୀ ସଂଜିକୁ ଆଣିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଖଟିଆରେ ବସି ଆସିବା ସମ୍ଭବ ପର ନ ହେବାରୁ ଗର୍ଭ ଯନ୍ତ୍ରଣା ନେଇ ବାଧ୍ୟ ହୋଇ ଦୀର୍ଘ ୨କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥିଲା ଗର୍ଭବତୀ ସଂଜିକୁ । ଗର୍ଭ ଯନ୍ତ୍ରଣା ଯୋଗୁଁ ଧୀରେ ଧୀରେ ଚାଲି ଚାଲି ଅଳ୍ପ ବିଶ୍ରାମ ନେଇ ପୁଣିଥରେ ସଂଜିକୁ ନେଇ ଚାଲୁଥିଲେ ସଂପର୍କୀୟ ଲୋକେ । ପରେ ଅତ୍ୟଧିକ ଗର୍ଭଯନ୍ତ୍ରଣା ହେବା ପରେ ଆଉ ଚାଲି ନ ପାରିବାରୁ ପୁଣିଥରେ ସ୍ୱାମୀ କୈଳାସ ଓ ଅନ୍ୟ ସଂର୍ପକୀୟମାନେ ଆମ୍ବୁଲାନ୍ସ ଡ୍ରାଇଭର ନିକଟକୁ ଯାଇ କାକୁତିମୀନତି ହୋଇ ଗୁହାରୀ କରିବା ପରେ ଡ୍ରାଇଭର ଜଣକ ମଧ୍ୟ ଅସୁବିଧାକୁ ହୃଦୟଙ୍ଗମ କରି ଜାରପା ଠାରୁ ହୁଲକି ଅଭିମୁଖେ ଅଳ୍ପବାଟ ବଡ କଷ୍ଟରେ ଆମ୍ବୁଲାନ୍ସ ଗାଡିକୁ ନେଇଥିଲେ । ପରେ ସେଠାରୁ ଗର୍ଭବତୀ ମହିଳା ସଂଜୀକୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଦିନ ୧୧ଟା ସମୟରେ ଭର୍ତି କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳା ସଦର ବ୍ଳକ ତାଡମା ପଂଚାୟତର ଏହି ହୁଲକି ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି । ହୁଲକି ଗ୍ରାମରୁ ତାଡମା ପଂଚାୟତର ହିର୍ସାମୁହଁ ଗ୍ରାମ ଦେଇ ରାୟଗଡ ଜିଲ୍ଳା ସଦର ମହକୁମାକୁ ଆସିବାକୁ ହେଲେ ମାତ୍ର ୧୫ରୁ ୨୦କିଲୋମିଟର ଦୂର ହେଉଥିବା ବେଳେ କୋରାପୁଟ ଜିଲ୍ଳା ସୋଡାବାଡି ଗ୍ରାମରୁ ଫୁଲକୋଣା ଛକ ଏବଂ ସେଠାରୁ ରାୟଗଡକୁ ଆସିବାକୁ ଦୀର୍ଘ ୫୦କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିଥାଏ । ତେବେ ହିର୍ସାମୁହିଁ ଠାରୁ ହୁଲକି ଗ୍ରାମକୁ ପଂଚାୟତ ତରଫରୁ ମନରେଗା ଯୋଜନାରେ ଚାଲିଥିବା ରାସ୍ତା ଅସଂପୂର୍ଣ୍ଣ ହୋଇ ପଡି ରହିଥିବା ବେଳେ ହୁଲକି ଠାରୁ ପୋଦକୁପାଡୁ ଗ୍ରାମ ପର୍ଯ୍ୟନ୍ତ ମନରେଗା ରାସ୍ତା ଆରମ୍ଭ ହୋଇପାରି ନ ଥିବାରୁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ବିଶେଷ କରି ବର୍ଷା ଦିନେ ଖାଲଖମା ସହ କାଦୁଅ ପଚ ପଚ ରାସ୍ତାରେ ନିୟମିତ ରାସ୍ତାଟି ପରିଣତ ହୋଇଯାଉଥିବାରୁ ସେଥିରେ ଚାରି ଚକିଆ ଯାନ ଚଳାଚଳ କରିପାରେ ନାହିଁ । ଫଳରେ ଆମ୍ବୁଲାନ୍ସ ଭଳି ସେବାରୁ ଗ୍ରାମବାସୀମାନେ ବଂଚିତ ହୁଅନ୍ତି । ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଠାରେ ଗୁହାରୀ କରି ବିଫଳ ହେବା ପରେ ଗ୍ରାମବାସୀମାନେ ନିଜ ନିଜ ମଧ୍ୟରେ ଟଙ୍କା ସଂଗ୍ରହ କରି ମାଟି ରାସ୍ତା ନିର୍ମାଣ କରିଥିବାର ନଜିର ରହିଛି । ତେବେ ରାୟଗଡ ଜିଲ୍ଳାରେ ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ପ୍ରଶାସନ ତଥା ସରକାର ହୁଲକି ଗ୍ରାମବାସୀଙ୍କୁ ଯାତାୟାତ ନିମନ୍ତେ କେବେ ପକ୍କାରାସ୍ତାଟିଏ ନିର୍ମାଣ କରିବେ ସେ ଆଶା ନେଇ ସ୍ୱପ୍ନ ଦେଖୁଛନ୍ତି ହୁଲକି ଗ୍ରାମବାସୀ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.