ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡପ ମାମଲା: ବନ୍ଧାହେଲେ ଆଉ ୩ ଅଭିଯୁକ୍ତ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡପ ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ କୋକସରା ବ୍ଲକ୍ ସଂଯୋଜକ ଚନ୍ଦନ ସାହୁ, ବଡପୋଡାଗୁଡା ପିଇଓ ରାଜମୋହନ ଶବର ଓ ଗ୍ରାମ୍ୟ ରୋଜଗାର ସେବକ ହେମନ୍ତ ବଛା। ପୂର୍ବରୁ ପଞ୍ଚାୟତ ଜିଓ ଟ୍ୟାଗ୍ କର୍ମଚାରୀ ସଞ୍ଜୀବ ଦାସ ଗିରଫ ହୋଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡପୋଡାଗୁଡା ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କ ୭ ଲକ୍ଷ ୮୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡ଼ପ ନେଇ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ଆକ୍ସନ ମୁଡ୍ କୁ ଆସିଛି ପ୍ରଶାସନ। ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.