ଧର୍ମଗଡ଼: ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ ନେଇ ଧର୍ମଗଡର ଯୁବଗୋଷ୍ଠୀ ଆଜି ରାସ୍ତା ରୋକ କରି ଏସ୍ଡ଼ିଓଙ୍କୁ କୈପଥ ମାଗିଛନ୍ତି। ତେବେ ଥେରାୱାଲିରେ ପ୍ରବ୍ଲେମ ଅଛି ବୋଲି କହି ଏସଡିଓ ରାସ୍ତା ରୋକରୁ ନିବୃତ୍ତ ହେବାକୁ ଯୁବକମାନଙ୍କୁ କହିଥିଲେ। ସ୍ଥାନୀୟ ଯୁବକ ମାନେ ସବୁ ଦିନ ପାଇଁ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଉଠିବୁ ନାହିଁ ବୋଲି କହିଥିବାରୁ ସାତ ଦିନ ସମୟ ମାଗିଥିଲେ ଏସ୍ଡ଼ିଓ। ସାତ ଦିନ ଭିତରେ ସମସ୍ୟାର ସମାଧାନ ନ ହେଲେ ପୁଣିଥରେ ରାସ୍ତା ରୋକ କରିବୁ ବୋଲି ଚେତାବନୀ ଦେଇଛନ୍ତି ଯୁବ ଗୋଷ୍ଠୀ।

ଏହି ରାସ୍ତାରୋକରେ ଯୁବ ନେତା ଲବଣୀ ରାଉତ, ଯୁବ ସାମ୍ବାଦିକ ବ୍ରଜେସ ପଣ୍ଡା, ମଦନ ମୋହନ ଜୈନ, ଗୋଲୁ ଅଗ୍ରୱାଲ, ଯୁବ ନେତା ଚନ୍ଦନ ପାତ୍ର, ମାନସ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ। ଯୁବକ ମାନଙ୍କୁ ଧର୍ମଗଡ଼ର ଜନ ସାଧାରଣ ସମର୍ଥନ କରିଛନ୍ତି।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in





