ସପ୍ତାହକୁ ଥରେ ଗର୍ଭବୀତ ମହିଳାଙ୍କ ପାଇଁ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କରିବା ଦାବି

ରାୟଗଡ ସିପିଆଇଏମ ମହିଳା କମିଟି ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) ମହିଳା କମିଟି ରାୟଗଡ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀମାନଙ୍କୁ ପ୍ରତ୍ୟେକ ମାସର କେବଳ ୯ ତାରିଖରେ ଅଲଟ୍ରାସାଉଣ୍ଡ କରାଯାଉଥିବା ବେଳେ ଉକ୍ତ ଦିନ ପାଖାପାଖି ୧୦୦ରୁ ୧୫୦ଗର୍ଭବତୀ ମହିଳାମାନେ ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଅପେକ୍ଷା କରି ରହିଥାନ୍ତି । ସେହିପରି ଅନ୍ୟ ଦିନ ମାନଙ୍କରେ ଗର୍ଭବତୀ ମହିଳାମାନେ ଅନ୍ୟ କୈାଣସି ଉପାୟ ନ ପାଇ ଜିଲ୍ଳା ତଥା ଜିଲ୍ଳା ବାହାରେ ଅଧିକା ଖର୍ଚ୍ଚାନ୍ତ ହୋଇ ବେସରକାରୀ ଅଲଟ୍ରାସାଉଣ୍ଡ କରିବାକୁ ବାଧ୍ୟ ହେଉଛନ୍ତି । ଯଦ୍ୱାରା ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସେମାନେ କରୋନା ପଜିଟିଭ୍ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ସିପିଆଇଏମ ମହିଳା କମିଟି, ରାୟଗଡ ପକ୍ଷରୁ ପ୍ରତ୍ୟେକ ସପ୍ତାହରେ ଥରେ ଲେଖାଁଏ ଅଲଟ୍ରାସାଉଣ୍ଡ କରାଯିବା ଦାବି ନେଇ ଏକ ଦାବିପତ୍ର ସିଡିଏମଓ ଡାକ୍ତର ଶ୍ର୍ରୀ ନାୟକଙ୍କୁ ପ୍ରଦାନ କରାଯାଇଛି । ଯଦି ଆସନ୍ତା ୧୫ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାନଯାଏ ତାହାହେଲେ ସିପିଆଇଏମ ପକ୍ଷରୁ ଦାବି ପୂରଣ ନିମନ୍ତେ ଶାନ୍ତିଶୃଙ୍ଖଳା ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯିବ ବୋଲି ସିପିଆଇଏମ ପାର୍ଟିର ଯୁବ ସଭାପତି ଦୋରା କଣ୍ଡାଗରୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କମିଟିର ପିଙ୍କି ହୁଇକା, ନୀବନା ସୁନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.