ବିକାଶିତ ହେବ ଇନ୍ଦ୍ରାବତୀର ଉତ୍ପତ୍ତିସ୍ଥଳ ମର୍ଦ୍ଧିଗୁଡ଼ା

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପର୍ଯ୍ୟଟନ କ୍ଷେତ୍ର ସମୁହର ବିକାଶ କରାଯିବ ବୋଲି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ବ୍ଲକ୍ ଗସ୍ତ ଅବସରରେ ମତ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ କ୍ୟାପଟେନ ମିଶ୍ର ଇନ୍ଦ୍ରାବତୀର ଉତ୍ପତ୍ତିସ୍ଥଳ ମର୍ଦ୍ଧିଗୁଡ଼ା ପରିଦର୍ଶନ କରି ଏହି ଦର୍ଶନୀୟ ସ୍ଥଳର ବିକାଶ କରାଯିବ ବୋଲି କହିଛନ୍ତି। ଏହାସହ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀଙ୍କ ଆଦିପୀଠରେ ନିର୍ମାଣାଧୀନ ମନ୍ଦିର କାର୍ଯ୍ୟ ମଧ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ କ୍ୟାପଟେନ ମିଶ୍ର ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ କହିଥିଲେ।

Omkar Vasthu
Omkar Vasthu


କଳାହାଣ୍ଡିର ଇଷ୍ଟଦେବୀ ମାଁ ଣିକେଶ୍ୱରୀଙ୍କ ଥୁଆମୂଳ ରାମପୁରଠାରେ ଥିବା ଆଦିଶକ୍ତି ପୀଠରେ ଭବ୍ୟ ମନ୍ଦିର ନିର୍ମାଣ ଯୋଜନା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର। ଯାନବାହନ ପାକିଂସ୍ଥଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସ୍ଥାନ ନିରୂପଣ ପାଇଁ ମନ୍ତ୍ରୀ ସ୍ଥାନୀୟ ତହସିଲଦାର ବିନୟ କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ଟେନ୍ଦ୍ର ସିଂଦେଓ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna


ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ମାଝୀ, ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧନୀ, ମନ୍ଦିର ପରିଚାଳନା କମିଟି ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ପାଦକ କୈଳାଶ ପରିଛା, ଆବାହକ ସତ୍ୟ ନାରାୟଣ ମୁଣ୍ଡଛିନା, ଥୁଆମୂଲ ରାମପୁର ସରପଞ୍ଚ ଆମର ସିଂହ ମାଝୀ, ସମିତି ସଭ୍ୟ ମନୋରଞ୍ଜନ ନାଏକ, ବ୍ଲକ୍ ବିଜେଡି ସଭାପତି କପିଳାସ ନାଏକ, ଦେବୀ ଚରଣ ଭାଟି, ସୁବାସ ଚନ୍ଦ୍ର ନାଏକ, ରାଧେ କୃଷ୍ଣ ଧଙ୍ଗଡା ମାଝୀ, ଦେବୀଚରଣ ଭାଟି ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.