ରାୟଗଡ଼, ୨୩|୮ (ଶିବ ନାରାୟଣ ଗୈାଡ) : ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଦ୍ଵାରା ରାୟଗଡ଼ ସ୍ଥିତ ଠକ୍କର ବାପା ଆଶ୍ରମରେ ପାଳିତ ହୋଇଯାଇଛି। ପ୍ରତାପ ପଣ୍ଡା ସ୍ମୃତି ସଂସଦର ଖଗେଶ୍ବର ସିଂ ଏବଂ ଉଷାରାଣୀ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟାକ୍ରମରେ ଅତିଥି ଭାବେ ସରକାରୀ ଓକିଲ ତଥା ଜିଲ୍ଲାର ଯୁବ ସଂଗଠକ ବିନାୟକ କର , ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସମ୍ପାଦକ ଯୋଗେଶ୍ଵର ଦାସ ଏବଂ ଅଧ୍ୟାପକ ସୁଧାଂଶୁ ଗନ୍ତାୟତ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ ଫଟୋ ଚିତ୍ରରେ ପୂଷ୍ପ ଏବଂ ଦ୍ଵିପ ପ୍ରଜ୍ବଳନ କରି ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ସମୟ ମଧ୍ୟରେ ଦେଶ ରାଜ୍ୟର ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରି ସହ ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଥିଲେ ତାହା ଚିର ସ୍ମରଣୀୟ।ପ୍ରାରମ୍ଭରେ ପ୍ରଦ୍ଵିପ ପ୍ରଜ୍ବଳନ ପରେ ଶ୍ରମିକ ମାନଙ୍କ ଦ୍ଵାରା ଶ୍ରମିକ ଗୀତ ଗାନ କରାଯାଇଥିଲା। ଶେଷରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ତଥା ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ଉପସ୍ଥିତ ସମସ୍ତ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅମର ଜେନା , ଘାସିରାମ ଜୟ ସିଂ, ପ୍ରଲୟ ସାହୁ, କସ୍ତୁରୀ ନାୟକ, ଆନନ୍ଦ ରାଉଳ, ରବି ଗୈାଡ, ମନୋରମା ବେନିୟା, ପଦ୍ମିନୀ ପଡିଆରି, ଗୈାରୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ରାୟଗଡ଼ ସ୍ଥିତ ବୃଦ୍ଧ ଆଶ୍ରମ ଠାରେ ଆଶ୍ରୟ ନେଇଥିବା ସମସ୍ତଙ୍କୁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଜେକେ ପେପର ମଜଦୂର ସଂଘର ଆରକେ ସ୍ଵାଇଁ, କେ ଜଗନ୍ନାଥ ରାଓ, ଏନ୍ . ସତ୍ୟମଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜେକେପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜେକେ ପେପର ମଜଦୁର ସଂଘର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ।