ରାୟଗଡ, ୨୩|୮ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ବ୍ଳକ ଚାନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଡଚାନ୍ଦିଲି ଠାରେ ବାଉଁଶରେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉପକରଣର ଉତ୍ପାଦକ ଗୋଷ୍ଠୀ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କୁ ଉତ୍ପାଦକ ଗୋଷ୍ଠୀ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ବିଶେଷ କରି ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ବାଉଁଶରେ ପ୍ରସ୍ତୁତ ରାକ୍ଷୀ ସହ ଅନ୍ୟାନ୍ୟ ଅଳଙ୍କାର, ଉପକରଣଗୁଡିକୁ ରାୟଗଡ ବଜାରରେ ବିକ୍ରି କରିବାର ସୁବ୍ୟବସ୍ଥା କରିଥିବାରୁ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କୁ ଉତ୍ପାଦକ ଗୋଷ୍ଠୀ ତରଫରୁ ଧନ୍ୟବାଦ ଜଣାଯାଇଥିଲା । ବାଉଁଶରେ ପ୍ରସ୍ତୁତ ହେଉଥିବା ସମସ୍ତ ଉପକରଣଗୁଡିକ ସଂପୂର୍ଣ୍ଣ ଜୈବିକ ହେବା ସହ ଅତି ସୁନ୍ଦର ଏବଂ ଆର୍କଷିତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଏବେ ଏହା ଆଦୃତ ହୋଇପାରୁଛି । ଜିଲ୍ଳାପାଳଙ୍କୁ ସାକ୍ଷାତ କରିବା ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ସଂସ୍ଥା ତରଫରୁ ପ୍ରୋଗ୍ରାମ ଅଫିସର କାମିନି ସିଂ, ତପନ ପେଦେଂଟି, ମନିଷା ଚୈାଧୁରୀ, ରଂଜିତା ବେହେରାଙ୍କ ସମେତ ଅନ୍ୟ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହିଥିଲେ ।