ଶିକ୍ଷକ ସନ୍ତୋଷ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ଆଜି ଅବସର ନେଇଥିବା ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବରିଷ୍ଠ ଶିକ୍ଷକ ନେତା, ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବି.ଇ.ଓ ଜଗନ୍ନାଥ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ହୃଷିକେଶ ନାୟକ, ସାରଙ୍ଗଧର ମୁଣ୍ଡ, ସି.ଆର୍.ସି.ସି. ତୁଳସିରାମ ସାହୁ, ମେଦିନିପୁର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସି.ଆର.ସି.ସି. ଗଣନାଥପୁର ବିଶ୍ୱଜିତ ରାୟ ମଞ୍ଚପରିଚାଳନା କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଛାତ୍ରାନୁରାଗୀ ଶିକ୍ଷକ ଜୀବନର ବୈଶିଷ୍ଠତା ସର୍ମ୍ପକରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ଦୀର୍ଘ ବର୍ଷ କାର୍ଯ୍ୟକରି ଅବସର ନେଇଥିବା ବେଳେ ତାଙ୍କ ପ୍ରୋଭିଜନାଲ ପେନସନ୍ ମଧ୍ୟ ସେ ଆଜି ପାଇବାର ସୌଭାଗ୍ୟ ଲାଭ କରିଥିଲେ । ଅବସର ଦିନ ହିଁ ପ୍ରୋଭିଜନାଲ୍ ପେନସନ୍ ପାଇବାର ପରମ୍ପରା ବରିଷ୍ଠ ଶିକ୍ଷକ ନେତା ପ୍ରଦୀପ ସାହୁଙ୍କ ସକ୍ରୀୟ ସହଯୋଗକ୍ରମେ ଦିଆଯିବାର ବ୍ୟବସ୍ଥା ହୋଇପାରିଥିଲା । ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ସନ୍ତୋଷ ସାହୁଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ରନାଥ ଦାସ, ବସୁମତି ସାହୁ, ଦୁର୍ଯ୍ୟୋଧନ ମାଝୀ, ଡିଲେଶ୍ୱର ରଣା, ସୁଧିର କୁମାର ଧଙ୍ଗଡାମାଝୀ, ରତ୍ନାବତୀ ଶବର, ଜଗତରାମ ଶବର, ପାର୍ଥସାରଥି ନାୟକ, ତୀର୍ଥ ମାହାକୁଡ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ । ଉତ୍ସବର ଆୟୋଜକ ତଥା ସାଲେଭଟା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚନ୍ଦ୍ରମଣି ମହାନନ୍ଦ କାର୍ଯ୍ୟକ୍ରମ ସର୍ମ୍ପକରେ ସୁଚନା ଦେଇଥିବା ବେଳେ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଗଣନାଥପୁର କ୍ଲଷ୍ଟର୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଶୀଲ କୁମାର ବୁଦ୍ଧିଆଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.