ମ.ରାମପୁର ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳ ତରଫରୁ ୭୩ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏ.ସି.ଏଫ. ଅନୁରାଗ ମିଶ୍ର ଓ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନରେ ଗାଞ୍ଜି ପଦର, ଗଇନଦାମୁଣ୍ଡା, ମଦନପୁର ଆଦର୍ଶ ବିଦ୍ୟାଳୟ, ଦମକଳ କେନ୍ଦ୍ର ମ. ରାମପୁର, ବଡଙ୍ଗସରା, ସାଙ୍କୁସ ପ୍ରାଥମିକ ବିଦ୍ୟାଳୟ, ସି.ଆର.ପି.ଏଫ କେମ୍ପ, ପ୍ରାଥମିକ ବିଦ୍ୟଳୟ ମଦନପୁର, ଦୁର୍ଗମାଧବ ଉଚ୍ଚ ବିଦ୍ୟାପୀଠ, ଏସ.ଏସ.ଡି ମଦନପୁର, ପଣକାମାଲ ଏ.ଏନ.ଆର ପ୍ଲାଣ୍ଟଟେସନ, ଧବଳେଶ୍ବର ମହାବିଦ୍ୟାଳୟ ମୋହନଗିରି, ମାନିକେରା ଉଚ୍ଚ ବିଦ୍ୟାପୀଠ, ଏ. ଏନ.ଆର. ପ୍ଲାଣ୍ଟ ଟେସନ ସାରାବହେଲି ଓ ସାଙ୍କୁସ ଏବଂ ଜେ.ଏମ.ଏଫ. ସି କୋର୍ଟ ମ.ରାମପୁର ଏପରି ୧୬ ଗୋଟି ସ୍ଥାନରେ ବୃକ୍ଷ ରୋପଣ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାନଙ୍କରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଜେଏମଏଫସି ବିଚାରପତି ତଥା ଅଧ୍ୟକ୍ଷ ପ୍ରତ୍ୟାଶା ରାୟ, ସିଆରପିଏଫ ଆସିସିଡେଣ୍ଟ କମାଣ୍ଡର ସୁବାଷ କୁମାର, ପ୍ରଗତିବାଦୀ ଡିଜିଏମ କମ୍ବୁପାଣି ମିଶ୍ର, ସରପଞ୍ଚ ବୀଣାପାଣି ସାହୁ, ରୀନା ସାହୁ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରା, କଲେଜ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବେହେରା, ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର, ଶେଷଦେବ ସାହୁ, ବନ ସୁରକ୍ଷା ସମିତିର ସଭାପତି ମାଧବ ସାହୁ, ଦୁର୍ଯୋଧନ କରମଦେବ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ବୃକ୍ଷ ରୋପଣ ଓ ତା’ର ଯତ୍ନ, ବନ ମହୋତ୍ସବର ଉଦ୍ଦେଶ୍ୟ ଉପରେ ସଚେତନତା ବାର୍ତ୍ତା ଦେଇ ଚାରା ରୋପଣ କରିଥିଲେ। ଏହି ମହୋତ୍ସଵ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବନପାଳ ରମେଶ ଚନ୍ଦ୍ର ବାଗ, ଯଶୋବନ୍ତ ପାତ୍ର, ଦୀପକ ସା, ଲବ ପଣ୍ଡା , ସମସ୍ତ ବନରକ୍ଷୀ ଓ କର୍ମଚାରୀ ପି.ଏନ.ଜି.ଓ ଗ୍ରାମ୍ୟ ବିକାଶ ସଙ୍ଗଠନର ଦଳପତି ଓ ବିକାଶ ଅଧିକାରୀ ସହଯୋଗ କରିଥିବା ବେଳେ ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦିପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ସଚେତନ କରେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.