ଅପ୍ରତିଦ୍ଵନ୍ଦୀ ରଶ୍ମୀରେଖା: ଡହଗାଁ ପ୍ରାଥମିକ କୃଷି ସମବାୟ ସମିତି ଉପସଭାପତି ଭାବେ ହେଲେ ନିର୍ଦ୍ବନ୍ଦରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉପ-ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ରଶ୍ମୀରେଖା ରାଉତ। ଗୁରୁବାର ଉପ-ସଭାପତି ନିର୍ବାଚନ ରହିଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ନିର୍ବାଚନ ଦାୟିତ୍ୱରେ ରହିଥିବା ନିର୍ବାଚନ ଅଧିକାରୀ ବିରଞ୍ଚି ଖର୍ସେଲ ନିର୍ଦ୍ବନ୍ଦରେ ରଶ୍ମୀରେଖା ରାଉତଙ୍କୁ ଡହଗାଁ ପ୍ରାଥମିକ କୃଷି ସମବାୟ ସମିତିର ଉପ-ସଭାପତି ଭାବେ ନିର୍ବାଚିତ ଘୋଷଣା କରିଥିଲେ। ପୂର୍ବରୁ ଶ୍ରୀମତୀ ରାଉତ ମୂଷାପାଳି ସରପଞ୍ଚ ଭାବରେ ନିଜ ଦାୟିତ୍ୱ ସୂଚାରୁରୂପେ ସଂପାଦନା କରିଛନ୍ତି। ବର୍ତ୍ତମାନ ସେ ଡହଗାଁ କୃଷି ସମବାୟ ସମିତିର ଉପ ସଭାପତି ହେବା ପରେ ଚାଷୀ ମାନଙ୍କ ଅଧିକାର, ସମବାୟ ଋଣ ଆଦାନ ପ୍ରଦାନ ଉପରେ ଓ ସମବାୟ ଦ୍ୱାରା ଚାଷୀଙ୍କ ହିତ ପାଇଁ ସବୁବେଳେ ସହଯୋଗ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏହି ସମୟରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବ୍ରଜରାଜ ନାଏକ, ସମ୍ପାଦକ କ୍ଷମାନିଧି ବାଗ, ସଭ୍ୟ ବିଶ୍ୱନାଥ ପୁଝାରୀ, ରାଧେଶ୍ୟାମ ଗୋପାଳ, ସୁଶୀଲ ନାଗ, ତରୁଲତା ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.