ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଶାନ୍ତପୁରର ପ୍ରତିଷ୍ଠା ଦିବସ

ପାଳିତ ହେଲା ୭୩ତମ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଶାନ୍ତପୁରର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିସହ ଭବାନୀପାଟଣା ବନାଞ୍ଚଳ, ଶାନ୍ତପୁର ସେକ୍ସନ ଆନୁକୁଲ୍ୟରେ ବିଦ୍ୟାଳୟରେ ୭୩ତମ ବନମହୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ତଥା ବନ ବିଭାଗର ଅଧିକାରୀମାନେ ବୃ୍କ୍ଷରୋପଣର ଉପକାରିତା, ଚାରାର ଯତ୍ନ ସମ୍ପର୍କିତ ସଚେତନତା ବିଷୟରେ ବାର୍ତ୍ତା ଦେଇଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ବନବିଭାଗର କର୍ମଚାରୀ, ଶିକ୍ଷକ ଶକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ। ଉକ୍ତ କାର୍ଯକ୍ରମରେ ବନପାଳ ଶାନ୍ତପୁର ରତ୍ନାକର ଧରୁଆ, ବନରକ୍ଷୀ ଭବାନୀଶଙ୍କର ପରିଛା, ଇନ୍ଦୁଭୂଷଣ ଧଙ୍ଗଡାମାଝୀ, ପ୍ରଧାନଶିକ୍ଷକ ସାରଙ୍ଗଧର ଠାକୁର ତଥା ସହକାରୀ ଶିକ୍ଷକ ଓ ଶକ୍ଷୟିତ୍ରୀବୃନ୍ଦ, ଏଏନମ, ଆଶାକର୍ମୀ, ଛାତ୍ରଛାତ୍ରୀ ଓ ଗ୍ରମ୍ୟବିକାଶ ସଙ୍ଗଠନ (P -Ngo)ର ଉନ୍ନୟନ ଅଧିକାରୀ ଉମେଶ ଚନ୍ଦ୍ର ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.