ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ସୁପରିଚିତ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟିକ କବି ବନ୍ଧୁ ପରିବାରର’ ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱ ଏବଂ ଆମେରିକାରୁ ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କ ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

ପ୍ରାରମ୍ଭରେ ମୁଖ୍ୟ ସମ୍ପାଦିକା ପ୍ରଣତି ମହାପାତ୍ର ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବାଚକ, ଆଲୋଚକ ପଣ୍ଡିତ ନିରଞ୍ଜନ ସାହୁ ଯୋଗଦେଇ ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗର ଶେଷ ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ହେ ଅର୍ଜୁନ ! ମୁଁ ଅତୀତ, ମୁଁ ବର୍ତ୍ତମାନ, ମୁଁ ଭବିଷ୍ୟତର ସକଳ କଥା ଜାଣେ। ମୋତେ କେହି ଜାଣନ୍ତି ନାହିଁ। ସବୁ ପ୍ରାଣୀ ଜନ୍ମ ହେବା ସମୟରୁ ଇଚ୍ଛା ଓ ଦ୍ବେଷର ଅଧୀନ ହୋଇ ଯାଆନ୍ତି। ସେଥିରୁ ଯଥାକ୍ରମେ ସୁଖ ଓ ଦୁଃଖ ଯାତ ହୁଏ, ଏହି ଦ୍ବନ୍ଦରେ ସମସ୍ତେ ମୋହିତ ହୋଇ ଯାଆନ୍ତି। ଯେଉଁମାନେ ଜରା- ମରଣ- ଚକ୍ରରୁ ଉଦ୍ଧାର ପାଇବା ପାଇଁ ଯତ୍ନ କରନ୍ତି, ସେମାନେ ବ୍ରହ୍ମ ସମ୍ବନ୍ଧୀୟ ସମସ୍ତ ଆଧ୍ୟାତ୍ମତତ୍ତ୍ବ ଓ କର୍ମତତ୍ତ୍ବକୁ ଜାଣି ପାରନ୍ତି। ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ନିରଞ୍ଜନ ସାହୁ।

ଶେଷରେ ପଣ୍ଡିତ ଭାବଗ୍ରାହୀ ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ଜ୍ଞାନ ବିଜ୍ଞାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ଗବେଷକ ନିରଞ୍ଜନ ସାହୁଙ୍କର ବକ୍ତବ୍ୟ ସରଳ, ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀମାନେ ମନ୍ତବ୍ୟ ଦେଇଥିଲେ।

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୫ରୁ ଉର୍ଦ୍ଧ୍ବ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ବିଶ୍ବେଶ୍ବର ମାଝୀ ଧନ୍ୟବାଦ ଓ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.