ସାହିତ୍ୟ ଜୀବନର ରାଜ୍ୟ ସ୍ତରୀୟ ଶାରଦୀୟ ସାହିତ୍ୟ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ରେଢ଼ାଖୋଲ ସ୍ଥିତ ରାଣୀ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟ ପରିସରରେ ସାହିତ୍ୟ ଜୀବନ ସାହିତ୍ୟ ସଂସଦର ଶାରଦୀୟ ସାହିତ୍ୟ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଂସଦର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ରାଜ୍ୟସ୍ତରୀୟ ସମାରୋହରେ କବିତା ପାଠୋତ୍ସବ, ଆଲୋଚନା ଚକ୍ର ସହ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଏନେଇ ଆୟୋଜିତ ସମାରୋହରେ ଶୋଭାଗିନୀ ନନ୍ଦ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲା ଅର୍ଡା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ  ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗନ୍ତ ଉପରେ ଆଲୋକପାତ  କରିଥିଲେ । ସମ୍ମାନୀତ ବକ୍ତା ଭାବେ ସୁଚିତ୍ରାର ସଂପାଦକ କନ୍ଦର୍ପ ବେହେରା ଶାରଦୀୟ ପାର୍ବଣ ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ନିମନ୍ତେ ଦିଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ବିଜୟାନନ୍ଦ ପ୍ରଧାନ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେଢ଼ାଖୋଲର ସଭାପତି ମହାବୀର ସିଂହ ଦେଓ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ଚତୁର୍ଭୁଜ ସାହୁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିବାତ୍ମକ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । 
ଏହି ଅବସରରେ ସାହିତ୍ୟ ଜୀବନ ତରଫରୁ ଡ. ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ସାହିତ୍ୟ ଭାରତୀ ସମ୍ମାନ, କବି ପ୍ରତିନିଧି ସମ୍ମାନ ଜୟପୁରର ସାହିତ୍ୟିକା ଶୋଭାଗିନୀ ନନ୍ଦ, ସମ୍ବଲପୁରର ପିଙ୍କୁ ରଣବିଡା, ଯୁବ ପ୍ରତିଭା ସମ୍ମାନ ସମ୍ବଲପୁର ସରାପାଲିର ବିଶ୍ୱଜିତ ପୁରୋହିତ ଏବଂ ଶାରଦୀୟ ସମ୍ମାନରେ ବୌଦ୍ଧର ସୁଜ୍ଞାନ ବାଘ, ଦେବଗଡର ପଙ୍କଜିନୀ ବେହେରା, ରେଢ଼ାଖୋଲର କନ୍ଦର୍ପ ବେହେରା, ସମ୍ବଲପୁରର ବବୁନ ଦଣ୍ଡସେନାଙ୍କ ସମେତ ଅନୁଗୁଳ ଜିଲ୍ଲାର ଚତୁର୍ଭୁଜ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମସ୍ତ କବିତା ଗୁଡ଼ିକର ସଂଯୋଜନା ଚତୁର୍ଭୁଜ ସାହୁ କରିଥିବାବେଳେ  ଗଦାଧର ନାଏକ, ଚତୁର୍ଭୁଜ ସାହୁ, ବିଶ୍ୱନାଥ ନାଏକ, ପ୍ରଲିପ୍ତା ଶତପଥୀ, ପ୍ରିୟଙ୍କା ବିଶି, ଜୟନ୍ତ କୁମାର ବେହେରା, ପିଙ୍କୁ ରଣବିଡା, କୌଶିକ ବେହେରା, ରମଣୀ ରଞ୍ଜନ ବେହେରା, ବିରଞ୍ଚି କୁମାର ବେହେରା, ବବୁନ ଦଣ୍ଡସେନା, ବିଶ୍ୱଜିତ ପୁରୋହିତ, ଦୁର୍ଗା ଚରଣ ସାହୁ, ଅଙ୍କୁଶ କୁମାର, ଶିବାତ୍ମକ ପଣ୍ଡା, କ୍ଷମାନିଧି ବେହେରା, ସୁଜ୍ଞାନ ବାଘ, ପଙ୍କଜିନୀ ବେହେରା, ସାହାଣୀ ସୌମ୍ୟା ପ୍ରଭୁତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉର୍ଦ୍ଧ କବି କବୟତ୍ରୀ କବିତା ପାଠ କରିଥିଲେ । ସମ୍ପାଦକ ଯୋଗେଶ୍ୱର ଲୁହା ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇ ଓଡ଼ିଆ ଭାଷା କିପରି ବଞ୍ଚି ରହିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରା  ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.